Hot Posts

6/recent/ticker-posts

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କନସିଂହା ଠାରେ ବାର୍ଷିକ କ୍ରୀଡା ୨୦୨୫ଓ ୨୦୨୬ଅନୁଷ୍ଠିତ

ପଦ୍ମପୁର, ୧୩/୦୧ ( ଆଶିଷ କୁମାର ଭୋଇ ) :  ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କନସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ୯୧ ଜଣ ଛାତ୍ର ଛାତ୍ରୀ ଭାଗନେଇଥିଲେ l ଏଥିରେ ୧୦୦ ମିଟର ଦୌଡ଼, ଗଣିତ ଦୌଡ଼, ମୁଖରେ ଚାମଜ ରଖି ବେଲାନ୍ସ ରଖି ଦୌଡ଼, ମ୍ୟୁଜିକ ଚେୟାର, ସଟଫୁଟଥ୍ରୋ, ଲମ୍ବ ଡ଼ିଆ, ସାଇକଲ ସ୍ଲୋ ପ୍ରଭୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତା ରେ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀ ର ଛାତ୍ର ଛାତ୍ରୀ ଭାଗନେଇଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ସ୍କୁଲ ଚେୟାରମେନ ଉପେନ୍ଦ୍ର ବାରିକ ଓ ସମ୍ମାନନୀତ ଅତିଥି ରୂପେ ଭାଇସ ଚେୟାରମେନ ସରୋଜିନୀ ସାହୁ, crcc ପ୍ରମେଶ୍ୱର ବିଶି ଯୋଗଦେଇଥିଲେ l ସ୍କୁଲ ର ପ୍ରଧାନ ଶିକ୍ଷକ ଲକ୍ଷପତି ସ୍ୱାଇଁମଞ୍ଚପରିଚାଳନା କରିଥିବାବେଳେ l ସହଯୋଗୀ ଶିକ୍ଷକ ରସିକ କଲେତ ଓ ଶିକ୍ଷୟତ୍ରୀ କାମାକ୍ଷୀ ଶତପଥୀ ମଞ୍ଚାସିନ ଥିଲେ l ଖେଳ ଶିକ୍ଷକ ରବୀନ୍ଦ୍ର କୁମାର ଭୋଇ ଖେଳ ପରିଚାଳନା କରିଥିବାବେଳେ ବାଞ୍ଜେନମୁଣ୍ଡା ର ଅଶୋକ ସାହୁ, ଲମ୍ବରଜୁନା ର ମଧୁସୂଦନ ପଧାନ, ଦେଉଳି ର ଜଗନ୍ନାଥ ସାହୁ ପ୍ରଭୃତି ଖେଳ ଶିକ୍ଷକ ମାନେ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ l ଏଥିରେ କନସିଂହା ର ସମସ୍ତ ଗ୍ରାମବାସୀ ସହଯୋଗ କରିଥିବାବେଳେ ଶିକ୍ଷୟତ୍ରୀ କାମାକ୍ଷୀ ଶତପଥୀ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ l ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l 


ବରଗଡ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ