Hot Posts

6/recent/ticker-posts

ଜଙ୍ଗଲ ଅଧିକାର ଆଇନ ଓ ଗୋଷ୍ଠୀ ଜଙ୍ଗଲ , ପରିଚାଳନା ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ

କର୍ଲାମୁଣ୍ଡା, ୦୧/୦୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଅନ୍ତର୍ଗତ ଟକର୍ଲା ପଞ୍ଚାୟତ ପ୍ରାଙ୍ଗଣ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବା ଜଗତ ଓ ଫୋଗୋ ର ମିଳିତ ସହଯୋଗରେ ଜଙ୍ଗଲ ଅଧିକାର ଆଇନ ଓ ଗୋଷ୍ଠୀ ଜଙ୍ଗଲ ପରିଚାଳନା ସମ୍ବନ୍ଧୀୟ ପଞ୍ଚାୟତ ସ୍ତରୀୟ କର୍ମଶାଳା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଟକର୍ଳା ପଞ୍ଚାୟତ ସରପଞ୍ଚ ରାମଚନ୍ଦ୍ର ସାହୁ, ପଞ୍ଚାୟତ ଅଧିକାରୀ ବିକାଶ ସା, ଏଡିଇଓ ରୋହିତ ସାହୁ, ନର୍ଲା ବ୍ଳକ୍ ସଂଯୋଜକ ଅମିତ କୁମାର ସାହୁ ଓ ପ୍ରବିଣ ଦିଗାଲ ଯୋଗଦେଇ ଜଙ୍ଗଲ ଅଧିକାର ଆଇନ ଓ ଗୋଷ୍ଠୀ ଜଙ୍ଗଲ ପରିଚାଳନା ସମ୍ବନ୍ଧରେ ବୁଝାଇଥିଲେ। ଏହି କର୍ମଶାଳାରେ ପ୍ରାୟ ୩୦ ଜଣ ୱାର୍ଡ ମେମ୍ବର ଓ ଜଙ୍ଗଲ ଅଧିକାର ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ। ନର୍ଲା ବ୍ଳକ୍ ସଂଯୋଜକ ଅମିତ କୁମାର ସାହୁ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରବିଣ ଦିଗାଲ ଧନ୍ୟବାଦ ଦେଇଥିଲେ।