ଡେରାବିଶ୍ ର ପୂର୍ବତନ ବିଧାୟକ କୂଳମଣି ରାଉତଙ୍କ ପରଲୋକ
ବରୀ, ୧୫/୦୧ ( ରଂଜିତ ମହାନ୍ତି ) : ଡେରାବିଶ୍ ର ପୂର୍ବତନ ବିଧାୟକ କୂଳମଣି ରାଉତଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଜନସେବା କ୍ଷେତ୍ରରେ ସେ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।