Hot Posts

6/recent/ticker-posts

ଡଗପଦର ସେବାଶ୍ରମ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଟିକାବାଲି, ୧୫/୦୧ (ବାଳକୃଷ୍ଣ କହଁର) : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ କଇଝର ପଞ୍ଚାୟତ ନିକଟସ୍ଥ ଡଗପଦର ଗ୍ରାମରେ ଥିବା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଯାଉଥିବା ଡଗପଦର ସେବାଶ୍ରମ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିସ୍ତ୍ନୁ ଗୋବିନ୍ଦ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଶିଷ ଅଂଶୁମାନ ପାତ୍ର, ଅତିଥି ଭାବେ କଇଝର ବରାଳଦେବୀ ଉଚ୍ଚ ବିଦ୍ୟାପୀଠ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ସେଠୀ, ଉକ୍ତ ସ୍କୁଲ ପ୍ରଧାନ ଶିକ୍ଷକ ଦେବଦତ୍ତ ଭୋଇ ,ସାମ୍ୱାଦିକ ବାଳକୃଷ୍ଣ କହଁର, ବକ୍ତା ଭାବେ ଆଇନଜୀବୀ ଜୋସେଫ ମଲ୍ଲିକ ,ସହକାରୀ ଶିକ୍ଷକ ପ୍ରମୋଦ କୁମାର ବେହେରା,ବାଳକୃଷ୍ଣ ମଲ୍ଲିକ, ସ୍କୁଲ ସଭାପତି ସାରଙ୍ଗଧର ପ୍ରଧାନ , ଅମିତ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଏଥିରେ ପ୍ରଧାନ ଶିକ୍ଷକ ହଷ୍ଟେଲ ର ସୁବିଧା ଅସୁବିଧା ଅଭିଭାବକ ମାନଙ୍କୁ ଅବଗତ କରାଇବା ସହ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠ ପଢି ଜଣେ ସରଳ ମଣିଷ ହେବାସହ ଉଚ୍ଚ ଶିକ୍ଷିତ ହୋଈ ଚାକିରି କରିବା କୁ ପରାମର୍ଶ ଦେଇଥିଲେ। ସରକାର ଙ୍କ ତରଫରୁ ଆସୁଥିବା ପୋଷାକ, ଜୋତା, ଖାଦ୍ୟପେୟ ତଥା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟ ତରଫରୁ ପୂର୍ବରୁ ହୋଇଥିବା ବିଭିନ୍ନ କ୍ରିଡ଼ା ଯଥା ମିଉଜୀକ୍ ଚେୟାର,ଡ୍ରାଇ, କୁଇଜ୍ ପ୍ରତିଯୋଗୀତା, ଡିବେଟ, ସଟଫୁଟ, ଅଖା ଦୌଡ, ଚାମଚ ବାଟି, ଦଉଡ଼ି ଡିଆ , ୧୦୦ମି, ୨୦୦ମି , ୩୦୦ମି , ମିଟର ଦୌଡ ପ୍ରତିଯୋଗୀତା ଇତ୍ୟାଦି ଖେଳ ହୋଇଥିବାର ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ଶିକ୍ଷକ ବାଳକୃଷ୍ଣ ମଲ୍ଲିକ ପରିଚାଳନା କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଶେଷରେ ଧନ୍ୟବାଦ ଦେଇଥିଲେ । ଏଥିରେ ମେଟ୍ରନ ପଦ୍ମିନୀ ପ୍ରଧାନ, ସତ୍ୟନାରାୟଣ ପ୍ରଧାନ ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ମେଟ୍ରେନ ମାନେ ସହଯୋଗ କରିଥିଲେ।

କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ