Hot Posts

6/recent/ticker-posts

କୌଶିକ ବାବା +୩ ମହାବିଦ୍ୟାଳୟ ର, ସ୍ୱତନ୍ତ୍ର ଶୀତକାଳୀନ ଶିବିର ଉଦଯାପିତ

କର୍ଲାମୁଣ୍ଡା, ୦୨/୦୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ ଚାଲିଥିବା ସାତ ଦିନିଆ ସ୍ଵତନ୍ତ୍ର ଶୀତ କାଳୀନ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ତେରେସିଂହା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରମୋଦ ସୁନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟର ଶିକ୍ଷା ଅଧ୍ୟାପକ ସମୀର ପଧାନ, ଅଧ୍ୟାପିକା ତୃପ୍ତିମୟୀ ଭୋଇ, ମଞ୍ଜୁଲତା ମାଝୀ, କିରାଣୀ ଭୂପିନ୍ଦର ରଣା, ଗ୍ରନ୍ଥାଗାର ବସନ୍ତ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ। ଏନ୍.ଏସ୍.ଏସ୍. ମାଧ୍ୟମରେ ମଧ୍ୟ ବ୍ୟକ୍ତିତ୍ୱ ର ବିକାଶ ଘଟିବା ସହ ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇଥାଏ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜର ମତ ପ୍ରକାଶ କରିଥିଲେ। ଏହି ଉଦଯାପନୀ ଉତ୍ସବରେ ୫୦ ଜଣ ସ୍ଵେଚ୍ଛାସେବୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏନ୍.ଏସ୍.ଏସ୍. କାର୍ଯ୍ୟକ୍ରମ ଅଧିକାରୀ ରବି ମାଝୀ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି କରାଯାଇଥିଲା। ଏଥିରେ କର୍ମଚାରୀ ଚମ୍ପୁଲାଲ ରଣା, ଡୋଲେଶ୍ଵର ରଣା, ଅଣ ସ୍ବେଚ୍ଛାସେବୀ ତଥା ପୁରାତନ ଛାତ୍ର ଗଣେଷ ସାହୁ ଏବଂ ନିରାକାର ସାହୁ ସହଯୋଗ କରିଥିଲେ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ