Hot Posts

6/recent/ticker-posts

ହିନ୍ଦୁସ୍ଥାନ କଲ୍ୟାଣ ସମିତି ଆନୁକୂଲ୍ୟରେ ଅଗ୍ରୁଡ ଚାଷ ଓ ପି ଏ ମ୍ ସୂର୍ୟ ଘର୍ ସମ୍ପର୍କୀୟ ଆଲୋଚନା ଚକ୍ର ।

କୋରାପୁଟ, ୨୧/୦୧ ( ସୁରେନ୍ଦ୍ର ଖୋସଲା ) : ଆଦ୍ୟ ତା ୨୧/୦୧/୨୦୨୬ ରିଖ ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ କୋରାପୁଟ ସହର ସ୍ଥିତ ଡକ୍ଟର ବି ଆର୍ ଅମ୍ବେଦକର ପାଠା ଗାର ଠାରେ ହିନ୍ଦୁସ୍ଥାନ କଲ୍ୟାଣ ସମିତି ଆନୁ କୁଲ୍ୟରେ ଅଗ୍ରୁଡ଼ ଗଛ ଚାଷ ଓ ପି ଏମ ସୂର୍ୟଘର ଯୋଜନା ସମ୍ପର୍କୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ୪୦ ରୁ ଅଧିକ ଯୁବ ଚାଷୀ ଓ ସ୍ଵେଛା ସେବୀ ଭାଗ ନେଇଥିଲେ । ଏହି କାର୍ଯ୍ୟ କ୍ରମ ରେ H KS ର କୋରାପୁଟ ଜିଲ୍ଲା ସଂଯୋଜକ ଶ୍ରୀ ଯୁକ୍ତ ସତ୍ୟ ଶୋଭନ ସିଂ , HKS ର ମୁଖ୍ୟ ଶ୍ରୀ ଯୁକ୍ତ ମୋନଜ ପଟ୍ଟନାୟକ ଓ HKS ର IT ମୁଖ୍ୟ ଶ୍ରୀ ଯୁକ୍ତ ସନ୍ତୋଷ ବରାଳ ଙ୍କୁ ଏବଂ ବରିଷ୍ଠ ସମାଜ ସେବୀ ରଜତ ବାଗ ଙ୍କୁ ମଞ୍ଚ ଉପରକୁ ସ୍ବାଗତ କରିଥିବା ସଙ୍ଗେ ସଙ୍ଗେ ସାମ୍ବାଦିକ ସୁରେନ୍ଦ୍ର ଖୋସଲା , ସମାଜ ସେବୀ ଗୁପ୍ତ ପ୍ରସାଦ ପତ୍ରିକା,ସମାଜ ସେବୀ ମୋନଜ ସୁନା ଙ୍କୁ ମଧ୍ୟ କାର୍ଯ୍ୟ କ୍ରମରେ ସ୍ଵାଗତ କରିଥିଲେ । ଏଥି ଉତ୍ତାରେ ଶ୍ରୀଯୁକ୍ତ ମୋନଜ ପଟ୍ଟନାୟକ ଅଗ୍ରୁଡ଼ ଚାଷ ଓ ସୋଲାର ସମନ୍ଧେ ବୁଝାଇଥିଲେ , ପରେ ,ପରେ ଶ୍ରୀ ଯୁକ୍ତ ସନ୍ତୋଷ ବରାଳ ପ୍ରୋଜେକ୍ଟ ମାଧ୍ୟମରେ ଟ ମାଟ ଓ ବାଇଗଣ ଗଛ ଦେଖାଇ ଥିଲେ ଏବଂ ତାହା କିପରି ଚାଷ ଓ ଲାଭ ହୁଏ ତାହା ବୁଝାଇ ଥିଲେ । ଶ୍ରୀଯୁକ୍ତ ସତ୍ୟ ଶୋଭନ ସିଂ ଓ ଶ୍ରୀଯୁକ୍ତ ରଜତ ବାଗ ଉପସ୍ଥିତ ସମସ୍ତଙ୍କୁ ଏହି ଚାଷ କରି ଲାଭ ବାନ ହେବା ପାଇଁ ଉତ୍ସାହିତ କରି ଥିଲେ ।


କୋରାପୁଟରୁ ସୁରେନ୍ଦ୍ର ଖୋସଲା ଙ୍କ ରିପୋର୍ଟ , ନବଦୂତ ନିଉଜ୍ ,ଓଡ଼ିଶା