Hot Posts

6/recent/ticker-posts

“ଧବଳେଶ୍ୱର କପ୍ ତୃତୀୟ ଦିନର ରୋମାଞ୍ଚକ ମୁକାବିଲା, ସମ୍ବଲପୁରକୁ ହରାଇଲା ତୁଷୁରା”

କଳାହାଣ୍ଡି, ୨୧/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗୀରି ଗ୍ରାମ ଠାରେ ଚାଲିଥିବା ୨୧ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଧବଳେଶ୍ୱର କପ୍ ର ତୃତୀୟ ଦିନରେ କ୍ରିକେଟ ମ୍ୟାଚ୍ ବଲାଙ୍ଗୀର ଜିଲ୍ଲା ତୁଷୁରା ଏଵଂ ସମ୍ବଲପୁର ଦଳ ମଧ୍ୟରେ ଖେଳଟି ହୋଇଥିଲା ।। ଏଥିରେ ମୁଖ୍ୟ ଅତିଥି ଭାବରେ ମୋହନଗିରୀ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ନାୟକ, ମୋହନଗୀରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଡ଼.ଅଙ୍କିତ ଗିରି ଏଵଂ ଯୁବଉଦ୍ୟୋଗି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ ।। ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ସାହୁ, ଉପ ସଭାପତି ଶ୍ରୀଯୁକ୍ତ ସୁଦାମ ସେଠ୍, ସମ୍ପାଦକ ଶ୍ରୀଯୁକ୍ତ ଦିବାକର ସାହୁ, ଆୟୋଜକ ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ବେହେରାଙ୍କ ନେତୃତ୍ବ ରେ ଖେଳ ଆରମ୍ଭ ହୋଇଥିଲା।। ଏହି ଖେଳ ରେ ସମ୍ବଲପୁର ଦଳ ଟସ୍ ଜିଣି ବ୍ୟାଟିଂ ର ନିଷ୍ପତ୍ତି ନେଇ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୧୫୧ ରନ୍ ସଂଗ୍ରହ କରିଥିଲା।୧୫୧ ରନ୍ କୁ ୧୧.୨ ଓଭର ରେ ଚେଜ୍ କରି କେବଳ ୫ ୱିକେଟ୍ ହରାଇ ତୁଷୁରା ଦଳ ବିଜୟ ହାସଲ କରିଥିଲା ।। ମ୍ୟାଚ୍ ରେ ତୁଷୁରା ଦଳର ଟୁକୁ ବାରିକ ୩୯ ବଲ୍ ରେ ୭୪ ରନ୍ ସଂଗ୍ରହ କରି ମ୍ୟାନ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ ।। ଶଶିକାନ୍ତ ମାଝୀ ଏବଂ ସ୍ଵପ୍ନେଶ୍ୱର୍ କର୍ମୀ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଟୁକୁ ମହାନନ୍ଦ ସ୍କୋରର ଦାୟିତ୍ଵ ତୁଲାଇଥିଲେ।। ସତ୍ୟ ନାରାୟନ ମହାପାତ୍ର ଏଵଂ ଯୁବିନ ଲହ ଜାଲ ଆମ୍ପେୟାର ଭାବରେ ଖେଳ କୁ ପରିଚାଳନା କରିଥିଲେ ।।

କଳାହାଣ୍ଡି ଜିଲ୍ଲା ପ୍ରତିନିଧୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ