ଧୋଡ଼ିପାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ବଦଳି
ନବରଙ୍ଗପୁର, ୦୩/୦୧ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଚନ୍ଦହାଣ୍ଡି ବ୍ଲକ ଅନ୍ତର୍ଗତ ଧୋଡ଼ିପାଣି ସରକାରୀ ଉଚ୍ଚ ପ୍ରାଥମିକ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ରଘୁମଣି ଜାନୀଙ୍କ ବିଧାୟ ରାଇଘର ବ୍ଲକର ନୂଆଁ ପାରା ସରକାରୀ ବିଦ୍ୟାଳୟକୁ ବଦଳି ହୋଇଯାଇଛି। ସେ ୨୦୧୯ ମସିହାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଧୋଡିପାଣି ସରକାରୀ ବିଦ୍ୟାଳୟରେ ଯୋଗଦେଇ ଛଅ ବର୍ଷ ଧରି ପ୍ରଧାନଶିକ୍ ଶିକ୍ଷକ ଭାବେ କାର୍ଯ୍ୟ ତୁଲେଇଥିଲେ। ଜାଣେ ମେଲାପି ପରୋଉପକାରୀ ଓ ଛାତ୍ର ବତ୍ସଳ ଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ଅମାପ ସ୍ନେହ ଆଦର ଦେବା ସହିତ ଅବିଭାବକ ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ଅନ୍ୟନ୍ୟା କର୍ମଚାରୀ ମାନଙ୍କ ସହିତ ଘନିଷ୍ଠ ମିତ୍ର ଭାବେ ରଖି ସମସ୍ତଙ୍କ ମନ ଜିନି ନେଇଥିଲେ। ତତ୍ ସହିତ ବିଦ୍ୟାଳୟର ଅନେକ ଉନ୍ନତିମୂଳକ କାର୍ଯ୍ୟ କରି ଅନେକ ପ୍ରଶଂସା ମଧ୍ୟ ସାଉଁଟି ଥିଲେ।ତାଙ୍କର ହେଇ ବଦଳି ଖବର ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କୁ ମର୍ମାହତ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ଅଞ୍ଚଳର ବୁଦ୍ଧିଜୀବି ଓ ଜ୍ଞାନୀ ଗୁନୀ ମାନଙ୍କୁ ମଧ୍ୟ ବିଚଳିତ କରିଛି । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଛାତିକୁ ପଥର କରି ଛଳଛଳ ଆଖିରେ ବିଦାୟ ଜଣେଇବା ସହିତ ତାଙ୍କର ଉଜ୍ବଳ ଉବିଷ୍ୟତର କାମନା କରିବା ସୂଚନା ମିଳିଛି।