Hot Posts

6/recent/ticker-posts

ବରୀରେ ସାମ୍ବାଦିକ ଏକତା ପାଇଁ ମକର ମିଳନ

ବରୀ, ୧୫/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଏକତା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ବରୀ ମାଉଣ୍ଡ ସ୍ଥିତ ଡାକବଙ୍ଗଳାରେ ପବିତ୍ର ମକର ସଂକ୍ରାନ୍ତି ଦିନ ୨୫ରୁ ଉଦ୍ଧ ସାମ୍ବାଦିକ ଏକତ୍ରିତ ହୋଇ ବନ୍ଧୁତ୍ଵ ଓ ଭାଇ । ଚାରାରେ ଯୋଡି ହୋଇ ରହିବାକୁ ପ୍ରକାଶ ପାଇଛି। ନିଜ ନିଜ କଥା ପ୍ରକାଶ କରି ଭାବ ର ଆଦ ଦାନ ପ୍ରଦାନ କରିଛନ୍ତି। ସିନିୟର ମତ ମନର କଥା ଓ ଜୁନିୟର ସାମ୍ବାଦିକଙ୍କ ଭିତରେ ପରିଚୟ, ସମ୍ମାନ, ଭଲ ପାଇବା ଭକ୍ତି ଉପରେ ଗୁରୁତ୍ଵପୂର୍ଣ ଆଲୋଚନା କରାଯାଇ ମତାନ୍ତର ମନାନ୍ତର କୁ ଭୁଲି ଗୋଟିଏ ଡୋରିରେ ବାନ୍ଧି ହୋଇ ରହିବାକୁ ପ୍ରସ୍ତାବ ଉଠିଛି। ଏକତା ସୃଷ୍ଟି ହେଲେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଆପେ ଆପେ ଦୂର ହୋଇଯିବ ବୋଲି ବରିଷ୍ଠ ସାମ୍ବାଦିକ ମାନେ ମତ ଦେଇଛନ୍ତି ! ଏହି ମିଳନରେ ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ମାହାନ୍ତି, ବାଞ୍ଛାନିଧୂ ସାହୁ, ପ୍ରତାପ ଦାସ, ମହେନ୍ଦ୍ର ସ୍ଵାଇଁ, ସଂଜୟ କୁମାର ବେହେରା, ଚୈତନ୍ୟ ଚରଣ ଜେନା, ଅଜୟ ଜେନା, ଦର୍ଶନବେହେରା, ବିଶ୍ଵଜିତ ମାହାନ୍ତି, ପ୍ରଶାନ୍ତ ଦ୍ଵିବେଦୀ, ସ୍ନେହଂଶୁ ମହାନ୍ତି, ସତ୍ୟଜିତ ବାରିକ, ବିଶ୍ଵଭୂଷଣ ଜେନା, ସାଗର ରଞ୍ଜନ ବେଉରିଆ, ପ୍ରଦୀପ ମହାରଣା, ଅରୁଣ ବେହେରା, ସୁରେଶ କର, ପ୍ରମୁଖ ଆଲୋଚ ନାରେ ଅଂଶଗ୍ରହଣ କରିଥିଲେ | ଶେଷରେ ମକର ପ୍ରସାଦ ସେବନ କରାଯାଇଥିଲା। ପୁନର୍ବାର ଏକତ୍ରିତ ହେବା ପାଇଁ ଏକ ଦିନିଆ ବଣଭୋଜିର ଆୟୋଜନ କରିବାକୁ ମତ ପ୍ରକାଶ ପାଇଥିଲା। ବାରମ୍ବାର ଏକତ୍ରିତ ହୋଇ ଭାଇଚାରା ସୁଦୃଢ କଲେ ଆପେ ଆପେ ସାମ୍ବାଦିକ ଏକତା ବରୀ ରେ ହୋଇପାରିବ ବୋଲି ବରିଷ୍ଠ ସାମ୍ବାଦିକମାନେ ମତ ପ୍ରଦାନ କରିଥିଲେ। ପ୍ରଶାନ୍ତ କବି, ରଂଜିତ ମାହାନ୍ତିଙ୍କ ସମେତ ୨୬ ରୁ ଊର୍ଦ୍ଧ ସାମ୍ବାଦିକ ଉପସ୍ଥିତ ଥିଲେ।