ମହିଳାଙ୍କ ଘରୁ ଲୁଟ୍, ଥାନାରେ ଅଭିଯୋଗ
ବରୀ, ୧୪/୦୧ ( ରଂଜିତ ମହାନ୍ତି ) : ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କଳାମାଟିଆ ଗ୍ରାମର ସେବତୀ ଜେନାଙ୍କ ଘରେ ପଶି ଜଣେ ଯୁବକ ତାଙ୍କ ହାତଗୋଡ଼ ବାନ୍ଧି ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ରାତି ପ୍ରାୟ ୧ଟା ୩୦ରେ ଧୂଳିଆ ନାମକ ଜଣେ ଯୁବକ ଘରେ ପଶି ତାଙ୍କ ହାତ, ମୁହଁକୁ ବାନ୍ଧି ଆଲମିରା ଚାବି ଖୋଲି ୫ ହଜାର ଟଙ୍କା ନେଇଯାଇଥିଲା | ବାହାର ପଟୁ କବାଟ ଦେଇ ଅଭିଯୁକ୍ତ ଚାଲିଯିବା ପରେ ପଡ଼ିଶା ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ଏସମ୍ପର୍କରେ ଅଭିଯୋଗ ହେବାପରେ ଥାନା କେସ୍ ନମ୍ବର ୧୦|୨୬ରେ ମାମଲା ରୁଜୁ ହୋଇଛି। ଏବିଷୟରେ ଥାନା ଅଧିକାରିଣୀ ଜ୍ୟୋତିର୍ମୟୀ ସେଠୀଙ୍କୁ ପଚାରିବାରେ ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଧରାଯିବବୋଲି କହିଛନ୍ତି ।