Hot Posts

6/recent/ticker-posts

ଓୟୁଟୁବ ଦେଖାଇଲା ରୋଜଗାର ଛତୁ ଚାଷ କରି ସ୍ଵାବଲମ୍ବି ସୂର୍ଯ୍ୟ ନାରାୟଣ ମାଝୀ

ଝରିଗାଁ, ୦୫/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଳିଆ ପଂଚାୟତ ଅନ୍ତର୍ଗତ ସାନରାମସା ଗ୍ରାମର ଯୁବକ ସୂର୍ଯ୍ୟ ନାରାୟଣ ମାଝୀ ୟୁଟୁବ ଦେଖି ରୋଜଗାର ପନ୍ଥା ଆପଣାଇଛନ୍ଥି | ପ୍ରଥମ ପ୍ରୟାସରେ ସମ୍ପୂର୍ଣ ବିଫଳ ହେବା ପରେ ଦୁତୀୟ ଥର ପ୍ରୟାସ କରି ସଫଳ ହୋଇଥିବା କହିଛନ୍ଥି | ସାନ ରାମସା ଗ୍ରାମର ଯୁବକ ସୂର୍ଯ୍ୟ ନାରାୟଣ ମାଝୀ ପେସାରେ ଜଣେ ମିସ୍ତ୍ରୀ ମିସ୍ତ୍ରୀ କାମ କରି ଯାହା ରଜଗାର ହୁଏ ସେଥିରେ ପରିବାର ଚାରି ଜଣ ସଦସ୍ୟ କୁ ନେଇ କଷ୍ଟରେ ଚଳୁଥିଲେ |ଗତ ବର୍ଷ ୟୁଟୁବରେ ଡିଙ୍ଗରିଛତୁ ଚାଷ ସମ୍ପର୍କରେ ଦେଖିବା ସହ ଡିଙ୍ଗରି ଛତୁ ଚାଷ କରିବାକୁ ନିଷ୍ପତି ନେହିଥିଲେ |ପ୍ରଥମେ ଥର ପାଇଁ 10 ଟି ବେଡ଼ ପକାଇ ଉମରକୋଟ ଠାରୁ ଛତୁ ମଞ୍ଜି କିଣି ଆଣି ଛତୁ ଚାଷ ଆରମ୍ଭ କରିଥିଲେ | କିନ୍ତୁ ସଫଳ ହୋଇ ନଥିଲେ |ନୂଆ ପାଲରେ ବେଡ଼ ତିଆରି କରି ଥିବା ଯୋଗୁଁ ଚାଷ ନଷ୍ଟ ହୋଇଯାଇଥିଲା |ସେହିପରି କ୍ଷେତି ସହିଥିଲେ |ପୁଣି ତରେ ଗତ ଦୁଇମାସ ତଳେ ପୁରୁଣା ପାଲରେ ବେଡ ପକାଇଁ ଛତୁ ଚାଷ କରି ସଫଳ ହୋଇଥିଲେ |ବର୍ତମାନ 150ଗୋଟି ବେଡ଼ ନିର୍ମାଣ କରି ଛତୁ ଚାଷ କରୁଥିବା କହିଛନ୍ତି | ଛତୁ ମଞ୍ଜି ବୁଣିବାର ଏକ ମାସ ପରେ ଛତୁ ବାହାରୁଥିବା ବେଳେ ପ୍ରଥମେ ଗୋଟିଏ ବେଡ଼ ରେ ପ୍ରାୟ ଏକ କିଲୋ ଛତୁ ବାହାରୁଛି | ସାତ ଦିନ ପାଣି ମାଡାଇଲା ପରେ ପୁନି ସାତ ଶହ ଗ୍ରାମ ପୁନି ସାତ ଦିନ ପାଣି ମଡାଇବା ପରେ ପାଞ୍ଚ ଶହ ଗ୍ରାମ ବାହାରୁଥିବା କହିଛନ୍ତି |ସୂର୍ଯ୍ୟ ସେହିଭଳି ମାସକୁ ପ୍ରାୟ 10 ରୁ 15 ହଜାର ଟଙ୍କା ରଜଗାର ହେଉଥିବା କହିଛନ୍ତି |ସକାଳୁ ମିସ୍ତ୍ରୀ କାମକରିବାକୁ ଯିବା ପୂର୍ବ ରୁ ବେଡ଼ ଗୁଡିକରେ ପାଣି ଦେହି କାମ କରିବାକୁ ଯାହାନ୍ତି |ପରେ ସୁକଦି ମାଝୀ ଓ ଦୁଇ ଝିଅ ଛତୁ ଚାଷ ର ଯତ୍ନ ନେଇ ଥାନ୍ତି | ସେହିପରି ଛତୁ କିଲୋ 200 ଟଙ୍କା ବିକ୍ରି ହେଉଥିବା କହିଛନ୍ଥି | ଥରେ ଛତୁ ବାହାରିଲେ ଏକ ସପ୍ତାହ ଶେଷ ହେଉଥିବା କହିଛନ୍ଥି | ଯଦି ପ୍ରଶାସନ ପକ୍ଷରୁ ଛତୁ ଚାଷ ପାଇଁ ଉନ୍ନତ anଜ୍ଞାନ କୌଶଳ ଓ ରିହାତି ମୂଲ୍ୟରେ ବିହନ ଯୋଗାଇ ଦେଲେ କମ ଖର୍ଚରେ ଚାଷ ହୋଇ ପାରନ୍ତା ବୋଲି ମାଝୀ କହିଛନ୍ତି |