Hot Posts

6/recent/ticker-posts

ନିଆଁ ଲାଗି ୯ ଏକର ଧାନ ନଷ୍ଟ

ଝରିଗାଁ, ୦୫/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନକୋଟ ପଂଚାୟତ ଅନ୍ତର୍ଗତ ନିରଣ୍ଡୀ ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି |ଧାନଖଲାରେ ନିଆଁ ଲାଗି ପ୍ରାୟ ୯ ଏକର ଧାନ ନଷ୍ଟ ହୋଉ ଥିବା ଜଣାପଡିଛି |ସୂଚନା ପ୍ରକାରେ ନିରଣ୍ଡୀ ଗ୍ରାମର ଚାଷୀ ଶୁକଦେବ ଭତ୍ରା, ଡମ୍ବରୁ ଭତ୍ରା,ଏବଂ ତଇଳ ଭତ୍ରା,ଏକ ମାସ ତଳେ 8ଏକର ଜମିରୁ ଧାନ କାଟି ଘରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଖଳରେ ଗଛିତ ରଖିଥିଲେ |ସେଇପରି ନକୁଳ ଭତ୍ରା ମଧ୍ୟ୍ୟ ୩ ଏକର ଜମିରୁ ଧାନ କାଟି ରଖିଥିଲେ |ତେବେ ଗତ କାଲି ଦିନ ଏକ ଘଣ୍ଟା ସମୟରେ ପରିବାର ଲୋକେ ଧାନ ଖୋଲାରେ ନିଆଁ ଲାଗିଥିବା ଦେଖିଥିଲେ | ଖବର ପ୍ରସାର ହେବାପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ନିଆଁ କୁ ଲିଭାଇବାକୁ ପାଇଁ ଚେଷ୍ଟା କରିବା ସହ ଡାବୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ |ଶେଷରେ ଡାବୁଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ କରିଥିଲେ | ହେଲେ ଖୋଲାରେ ଥିବା ପ୍ରାୟ ୯ ଏକର ଧାନ ପଡି ନଷ୍ଟ ହୋଇଥିବା ସୂଚନା ମିଳିଛି | ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣା ପଡିନଥିବା ବେଳେ ଧାର ଉଧାର କରି ଚାଷ କରିଥିବା ଚାଷୀମାନେ ଚିନ୍ତାରେ ପଡିଛନ୍ତି | ପ୍ରଶାସନ ପକ୍ଷରୁ କ୍ଷୟକ୍ଷତ ଆକଳନ କରି କ୍ଷେତି ପୁରଣ ଦେବା ପାଇଁ ଦାବି ହୋଇଛି।