Hot Posts

6/recent/ticker-posts

ରାଜବୋଡାସମ୍ବର ଫଟୋ ଗ୍ରାଫର ଆସୋସିଏସନ୍ ପକ୍ଷରୁ ସାହାଯ୍ୟ ରାଶି ପ୍ରଦାନ

ପଦ୍ମପୁର, ୦୫/୦୧ ( ଆଶିଷ କୁମାର ଭୋଇ ) : ଗତ ତା ୩୦.୧୨.୨୦୨୫ରିଖ ମଙ୍ଗଳବାର ଦିନ ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଦେଉଳି ଠାରେ ଗ୍ରାମର ୨୬ ବର୍ଷିୟ ଜଣେ ଫଟୋ ଗ୍ରାଫର ରଞ୍ଜନ ବିଶ୍ୱାଳ ଙ୍କ ଅକାଳ ମୃତ୍ୟୁ ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ଖେଳେଇ ଦେଇଥିଲା। ସ୍ୱର୍ଗତ ରଞ୍ଜନ ଜଣେ ମିଷ୍ଟଭାଷୀ, ପରୋପକାରୀ ଅମାୟିକ ବ୍ୟକ୍ତି ଥିବାବେଳେ,ସାରା ପଦ୍ମପୁର ଅଞ୍ଚଳର ଜଣେ ସୁନାମଧନ୍ୟ ଫଟୋ ଗ୍ରାଫର ଭାବେ ବେଶ ପରିଚିତ ଥିଲେ।ରାଜବୋଡାସମ୍ବର ଫଟୋ ଗ୍ରାଫର ଆସୋସିଏସନ ର ଜଣେ ପ୍ରମୁଖ ସଦସ୍ୟ ଥିଲେ। ତାଙ୍କ ପଛରେ ତାଙ୍କ ଏକମାତ୍ର ଭଉଣୀ ତଥା ବୃଦ୍ଧା ମାଁ ବାପାଙ୍କୁ ସବୁଦିନ ପାଇଁ ଛାଡି ଆରପାରିକି ଚାଲି ଯାଇଛନ୍ତି।ତାଙ୍କ ଅକାଳ ବିୟୋଗରେ ରାଜ ବୋଡାସମ୍ବର ଫଟୋ ଗ୍ରାଫର ଆସୋସିଏସନ୍ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆଜି ସ୍ୱର୍ଗତ ରଞ୍ଜନ ଙ୍କ ଅନ୍ତେଷ୍ଟକ୍ରୀୟା କାର୍ଯ୍ୟକ୍ରମରେ ଯୋଗଦାନ କରି ତାଙ୍କ ବାପା ହସ୍ତରେ ଆସୋସିଏସନ୍ ପକ୍ଷରୁ ସାହାଯ୍ୟ ରାଶି ଭାବେ ସମୁଦାୟ ୧୯ ହଜାର ୨୦୦ ଟଙ୍କା ପ୍ରଦାନ କରାଯାଇଛି।ଏଇ ଅବସରରେ ରାଜବୋଡାସମ୍ବର ଫଟୋ ଗ୍ରାଫର ଆସୋସିଏସନର ସଭାପତି ମନୋଜ କୁମାର ମହାନ୍ତି, ସମ୍ପାଦକ ତ୍ରିବିକ୍ରମ ପ୍ରଧାନ, ସହସମ୍ପାଦକ ଓମ ପ୍ରକାଷ ସାହୁ କୋଷାଧକ୍ଷ ରାଜେଶ ସାହୁ. ରୂପେଶ ସିଂ, ସୁଜିତ, ଅଶୋକ, ଗୋପାଳ, ରିଙ୍କୁ, ରାଧାକାନ୍ତ, ସୁମନ, ମିଳୁ, ଦିବାକର, ନିରୋଜ ପ୍ରମୁଖ ସଦସ୍ୟ ଯୋଗଦାନ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ତଥା ଆଶ୍ୱାସନା ପ୍ରଦାନ କରିଛନ୍ତି।


ବରଗଡ଼ ଜିଲ୍ଲାରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ।