ନବରଙ୍ଗପୁର, ୨୪/୧୨ ( ଶେଖର ଖୁରା ) : ଗତକାଲି ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକ ରେ ପ୍ରାଣିପାଳନ ଓ ମତ୍ସ୍ୟ ବିଭାଗ ସହିତ ଅନ୍ୟାନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏହି ସଭାରେ ସର୍ବ ସମ୍ମତି କ୍ରମେ ୨୦୨୫ ବର୍ଷର ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୬ ଜାନୁୟାରୀ ୪ ଏବଂ ୫ ତାରିଖରେ ସ୍ଥାନୀୟ ପି ଏମ ଶ୍ରୀ ଆରସିଡ଼ି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆୟୋଜନ କରିବା ପାଇଁ ସ୍ଥିର କରାଗଲା। ଜିଲ୍ଲାପାଳ ଡା. ମହେଶ୍ଵର ସ୍ଵାଇଁ ମେଳାକୁ ନିମନ୍ତ୍ରିତ ଅତିଥି ମାନଙ୍କର ଉପଯୁକ୍ତ ସତ୍କାର ସହ ଜନ ସାଧାରଣ ହିତାଧିକାରୀ ଯେଭଳି ବିଭାଗୀୟ ବିଭିନ୍ନ ଯୋଜନାର ସୁଚନା ଓ ଲାଭ ଉଠାଇବେ ତା ଉପରେ ଗୁରୁତ୍ୟାରୋପ କରିବା ସହିତ ମେଳା ଶାନ୍ତି ଶୃଙ୍ଖଳା ର ସହ କରିବା ପାଇଁ ତାଙ୍କର ମତ ରଖିଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀ ଡା. ରାଧେଶ୍ୟାମ ଲାଏକ ଏହି ମେଳାର ପ୍ରମୁଖ ଉଦ୍ଦେଶ୍ୟ ବିଷଦ ଭାବରେ ସଦସ୍ୟ ମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ।ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ଏବଂ ଲୋକେ ତାର ସୁବିଧା ପାଇ ପାରିବେ। ଦୁଇ ଦିନ ପାଇଁ ପାଳନ କରାଯାଉଥିବା ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସହିତ ଅନ୍ୟାନ୍ନ ବିଭାଗର କାର୍ଯ୍ୟକ୍ରମ ସବୁକୁ ୨୫ ଗୋଟି ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରାଯିବ। ତତସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ସାମିଲ ହୋଇ ସଫଳତା ଅର୍ଜନ କରିଥିବା ଚାଷୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଏହି ମେଳାରେ ପ୍ରତିଦିନ ଜିଲ୍ଲାର ବିଭିନ୍ନ ବ୍ଲକରୁ ୭୦୦ ଲେଖାଏଁ ମତ୍ସ୍ୟଚାଷୀ ଓ ପ୍ରାଣୀପାଳକ ଭାଗ ନେବାର ବ୍ୟବସ୍ଥା ରହିଛି।
ଜିଲ୍ଲା ପ୍ରତିନିଧି ଶେଖର ଖୁରା ରିପୋର୍ଟ ନବରଙ୍ଗପୁର

