Hot Posts

6/recent/ticker-posts

କୁଶୁର୍ଲା ହର ଗୌରୀ କଲେଜ ଠାରେ ବାର୍ଷିକ ଉତ୍ସାବ ସହ ବିଦାୟ କାଳୀନ ସମ୍ବର୍ଦ୍ଧନା

କର୍ଲାମୁଣ୍ଡା, ୨୨/୧୨ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ହର ଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଶୁର୍ଲା ଠାରେ ବାର୍ଷିକ ଉତ୍ସାବ ସହ ଦୃତୀୟ ବର୍ଷ ଛାତ୍ର ଛାତ୍ରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସାବ ଅଧ୍ୟକ୍ଷ ଶ୍ରୀ ସୁବୋଧ କୁମାର ଶତପଥୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଏହି ପରି ପେକ୍ଷୀରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଉପସ୍ଥିତ ରହିଥିବା ବେଳେ ମୁଖ୍ୟବକ୍ତା ଭାବରେ ଦେବେନ୍ଦ୍ର ମହାପାତ୍ର ଉପସ୍ଥିତ ରହି କିଭଳି ଭାବରେ ଭବିଷ୍ୟତ ରେ ଉଚ୍ଚ ସ୍ଥାନ ଅଧିକାର କରି ଦେଶର ମର୍ଯ୍ୟାଦା ବଢ଼ାଇବେ ତା' ଉପରେ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ ସମ୍ମାନିତ ଅଥିତି ଭାବରେ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀ, ଲମ୍ବୋଦର ସାହୁକାର, ଗଗନ ବିହାରୀ ମହାପାତ୍ର, ଗୁରୁ ଓ ଶିଷ୍ୟ ର ସମ୍ପର୍କ ଏବଂ ଉତ୍ତମ ମଣିଷ ତିଆରି ରେ ଗୁରୁ ଓ ମାତା ପିତା ମାନଙ୍କ ମଧ୍ୟ ସମାନ ଭୂମିକା ରହିଛି ଓ କ୍ରୀଡା ଶାରୀରିକ ବିକାଶ ସହ ଆତ୍ମବିକାଶ ବୁଦ୍ଧି କରେ ବୋଲି ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ କୁ ଧୁବ୍ରଚରଣ ସାହୁ ପରିଚାଳନା କରିଥିବା ବେଳେ ଖେଳ ଶିକ୍ଷକ ରାଜକିଶୋର ରଣା ଙ୍କ ଦ୍ଵାରା ପୂର୍ବରୁ ହୋଇଥିବା କ୍ରୀଡା ଉତ୍ସାବ ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ଅଧ୍ୟକ୍ଷ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।ସୁଶ୍ରୀ ଜ୍ୟୋତିମାଳ ରାଉତ, ପିତାମ୍ବର ସାହୁ, ବୀରେନ୍ଦ୍ର ସାହୁ, ଶିବାଜୀ ବାରିକ, ଚୁଡାମଣି ସାହୁ , ପ୍ରସନ୍ନ, ଶାନ୍ତୁନୁ ସାହୁ ବେହେରା, ଲିପୁନ ସାହୁ ପ୍ରମୁଖ ଯୋଗ ଦାନ କରିଥିଲେ। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ଙ୍କ ଦ୍ଵାର ପରିବେଷଣ ହୋଇଥିଲା।