ମେଡିକଭର କେନ୍ସର ସଂସ୍ଥାର ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର।
ଜୟପୁର,୧୦।୧୨ ( ଏ. ଭେଙ୍କଟ ରାଓ ) : ରେଳବାଇ ହସ୍ପିଟାଲରେ ବିଶାଖାପାଟଣାର ମେଡିକୋଭର କେନ୍ସର ହସ୍ପିଟାଲର ଏକ ନିଶୁଳ୍କ ସ୍ଵାସ୍ଥ୍ୟ ଯାଞ୍ଚ ଶିବିର ଜୟପୁର କୋରାପୁଟ ରେଳବାଇ ହସ୍ପିଟାଲରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ହାଡ ଭିତର ମୋଜ୍ଜା ଅସ୍ତ୍ରୋପଚାର ସ୍ତନ କେନ୍ସର ରୋବଟିକ ଅସ୍ତ୍ରପ୍ରଚାର ଇତ୍ୟାଦି ଦ୍ଵାରା କିଭୋଳି ଭାବେ ଚିକିତ୍ସା କରାଯାଏ ସମ୍ବନ୍ଧେ ବିସ୍ତାର ରୂପେ ବୁଝାଇଥିଲେ ଏବଂ ସ୍ଵାସ୍ଥ୍ୟ ପରୀକ୍ଷା କରିଥିବା ବ୍ୟକ୍ତି ମାନଙ୍କୁ ନିଶୁଳ୍କ ଔଷଧ ବିତରଣ କରିଥିଲେ।