Hot Posts

6/recent/ticker-posts

ଜୟପୁର ଉପଖଣ୍ଡ ଖରିଫ ଧାନ ସଂଗ୍ରହ ୨୦୨୫ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା।

ଜୟପୁର, ୧୦।୧୨ ( ଏ. ଭେଙ୍କଟ ରାଓ ) : ଜୟପୁର ଉପଖଣ୍ଡ ନିୟନ୍ତ୍ରିତ ବଜାର କମିଟିର ମୂଖ୍ୟ ବଜାର ପ୍ରାଙ୍ଗଣରେ ଖରିଫ ଧାନ ସଂଗ୍ରହ ୨୦୨୫ ସମ୍ବନ୍ଧେ ଏକ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ଏହାକୁ ଆୟୋଜନ କରିଥିଲେ ନିୟନ୍ତ୍ରିତ ବଜାର କମିଟି ଜୟପୁର ଧାନ ବିକ୍ରୀ କରିବା ପାଇଁ କିଛି ସର୍ତ୍ତାବଳୀ ସମ୍ବନ୍ଧେ ଚାଷୀ ଭାଇ ଓ ଭଉଣୀ ମାନଙ୍କ ଅବଗତ କରାଇଥିଲେ ଏଥି ନିମନ୍ତେ ଧାନକୁ ଏଫଏକ୍ୟୁ ମାନର ଉନ୍ନୀତ କରାଇ ବିକ୍ରୟ କେନ୍ଦ୍ରକୁ ଆଣିବେ। ଟୋକନର ବୈଧତା ୩୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ସାପ୍ତାହିକ ବଜାର ଦିନ ମାନଙ୍କରେ ଧାନକ୍ରୟ କେନ୍ଦ୍ର ବନ୍ଦ ରହିବ।ପଞ୍ଜିକୃତ ଚାଷୀଙ୍କ ମୋବାଇଲ ନମ୍ବରରେ ପ୍ରାପ୍ତ ସୂଚନା ଅନୁସାରେ ମଣ୍ଡିକୁ ଧାନ ଆଣିବା ପରେ ଏକ ପ୍ରାପ୍ତି ସ୍ଵୀକାର ପତ୍ର ଦିଆଯିବ। ଚାଷୀ ଭାଇମାନେ ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକ ସାଙ୍ଗରେ ଧରି ଧାନ କ୍ରୟ କେନ୍ଦ୍ରକୁ ଧାନ ବିକିବା ନିମନ୍ତେ ଆସିବେ।ପ୍ରାପ୍ତ ସୂଚନା ଅନୁସାରେ ଚାଷୀ ଆଣିଥିବା ଧାନକୁ ପ୍ରଥମ ଆଣିଥିବା ଧାନକୁ ପ୍ରଥମେ କିଣାଯିବା ଫିଫୋ ପଦ୍ଧତିରେ ଧାନ କ୍ରୟ କରାଯିବ।ବୈଧ ଟୋକନ ଥିଲେ ଧାନକ୍ରୟ କେନ୍ଦ୍ରମଧ୍ୟକୁ ଧାନ ପ୍ରବେଶ କରାଯିବ ଇତ୍ୟାଦି ବିଷୟରେ କିଛି ସୂଚନା ଦେଇଥିଲେ। ଏହି ଖରିଫ ଧାନ ସଂଗ୍ରହ ୨୦୨୫ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳାରେ ମଞ୍ଚାଶିନ ଥିଲେ ସମବାୟ ସଂସ୍ଥାର ଡିଆରସିଏସ ମୋନିକା ରାୟ ଜୟପୁର ଆରଏମସି ଉପ ସଭାପତି ବାଲା ରାଇ ଜିଲ୍ଲା ମୁଖ୍ୟ ଖାଦ୍ୟ ଯୋଗାଣ ଅଧିକାରୀ ଏଆରସିଏସ ଶିଶିର କାନ୍ତ ଦାସ ଏସିଏସଅ ଏନ ଲକ୍ଷ୍ମଣ ରାଓ ସିସିଏସଅ କୋରାପୁଟ ବିକାଶ ରଞ୍ଜନ ମହାନ୍ତି ଶିବାନନ୍ଦ ମହାରଣା ମାନ ନିର୍ଧାରକ ଟି ପ୍ରିୟଦର୍ଶିନୀ ନାୟକ ଏସିଏସଅ ଜୟପୁର ପ୍ରିୟମ୍ବଦା ବେହେରା ଜୟପୁର ଆରଏମସି ସମ୍ପାଦକ ତୁଷାର କାନ୍ତ ସେଠୀ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜୟପୁର ଉପଖଣ୍ଡର ସମସ୍ତ ଲେମ୍ପ ସେକ୍ରେଟାରୀ ଆରଏମସି କର୍ମଚାରି ଏବଂ ବହୂ ଚାଷୀ ଉପସ୍ଥିତ ରହିଥିଲେ।