ଉଦଯାପିତ ହେଲା ପଦ୍ମପୁର ୨ୟ ବ୍ୟାଡମିଣ୍ଟନ ପ୍ରିମିୟର ଲିଗ
ପଦ୍ମପୁର, ୦୯/୧୨ ( ଆଶିଷ କୁମାର ଭୋଇ ) : ବରଗଡ ଜିଲ୍ଲା ପଦ୍ମପୁର ଠାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଶେଖ ହାଇଦର ଙ୍କ ସୃତି ରେ ପଦ୍ମପୁର ବ୍ୟାଡମିଣ୍ଟନ ଅନୁଷ୍ଠାନ ଦ୍ୱାରା ୨ ଦିନ ଧରି ହେଉଥିବା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ସମାପ୍ତି ହୋଇଛି | ପୂର୍ବ ରୁ ୦୬.୧୨.୨୦୨୫ ଦିନ ଆଉଟଡ଼ୋର ଟୁର୍ଣ୍ଣାମେଣ୍ଟ ହୋଇଥିଲା | ସେଥିରେ ମାନେଶ୍ଵର ର ମନଜିତ ମେହେର ଓ ହେପି ମହାପାତ୍ର ବିଜେତା ହୋଇଥିଲା ବେଲେ ପଦ୍ମପୁର ର ବୋଧୀଦିତ୍ୟ ସାହୁ ଓ ଫିରୋଜ ଖାନ ଉପବିଜେତା ହୋଇଥିଲେ |ସେହି ପରି ଆଜି ଇନଡୋର ଦଲ ମାନଙ୍କ ମଧ୍ୟ ରେ ପ୍ରତିଯୋଗିତା ହୋଇଥିଲା ଏବଂ ଏଥିରେ ଓଡିଶା ର ବଡ ବଡ ପ୍ରତିଷ୍ଠିତ ଖେଳାଳୀ ଭାଗ ନେଇଥିଲେ | ଯେଉ ମାନେ ଓଡିଶା କୁ ପ୍ରତିନିଧିତ ମଧ୍ୟ କରୁଛନ୍ତି | ଏବଂ ଉକ୍ତ ଟୁର୍ଣ୍ଣାମେଣ୍ଟ କୁ ମ୍ୟାଚ ପୂର୍ବ ରୁ ପଦ୍ମପୁର ଉପଖଣ୍ଡ ଆରକ୍ଷ ଅଧିକାରୀ ପାଣ୍ଡବ ଶବର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ଯୁବ ସମାଜ କୁ ନିଶା ସେବନ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ ଏହା ସହିତ ସ୍ୱାସ୍ଥ୍ୟ ହି ସମ୍ପଦ ର ବାର୍ତ୍ତା ଦେଇଥିଲେ | ଏହା ସହିତ ଉଦଯାପିତ ଉତ୍ସବରେ ପଦ୍ମପୁର ଥାନାଧିକାରି ମମତା ନାଏକ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ | ବାବୁଲୁ ଶେଖ , ବିଷ୍ଣୁ ଦୋରା , କହ୍ନେଇ ଦୋରା , କପିଳ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଭୁବନେଶ୍ୱର ର ଡି.ବି.ଏସ ଚନ୍ଦ୍ରା କୁମାର ଓ କଲଗା ଜଗଦୀଶ ବିଜେତା ହୋଇଥିବା ବେଲେ ଅନୁଗୁଳ ର ତନ୍ମୟ ସାହୁ ଓ ଅଭିଜିତ ମହାରଣା ଉପବିଜେତା ହୋଇଥିଲେ | ସେହି ପରି ତୃତୀୟ ସ୍ଥାନ ପି.ଚକ୍ରଧର ଓ ଅମ୍ଲାନ ଗଡ଼ନାଏକ ହୋଇଥିଲା ବେଲେ ଚତୁର୍ଥ ସ୍ଥାନ ରେ ବିକାଶ ସେଠି ଓ ଜନ୍ମୟ ଗୁରୁ ହୋଇଥିଲେ | ସମସ୍ତଙ୍କୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା | କାର୍ଯ୍ୟକ୍ରମ କୁ ପଦ୍ମପୁର ବ୍ୟାଡମିଣ୍ଟନ ର ସଦସ୍ୟ ହରିଶଙ୍କର ସିଂହ , ବଂଶୀ ଅଗ୍ରୱାଲ , ସୁନୀଲ ସାହୁ , ସୁଧିର ସାହୁ , ଅଶୋକ ମିଶ୍ର , ସଲ୍ଲୁ ଖାନ , ଅପ୍ପୁ ଖାନ , ଦୀପକ ଅଗ୍ରୱାଲ , ସଲମାନ ଖାନ , ମହମ୍ମଦ୍ ଆବତାଭ ,ଅରୂପାନନ୍ଦ ନାଏକ , କମଳ ଅଗ୍ରୱାଲ , ସୋମୁ ଅଗ୍ରୱାଲ , ଅବିକ ସିଦ୍ଧିକ , ନିପୁନ ସାହୁ , ରିତେଶ ସାହୁ , ଶିଭମ ଶେଖର ସାହୁ , ଟିନୁ ମଲ୍ଲିକ , ଅଂଶୁମାନ ତ୍ରିପାଠୀ, କିଶୋର ବାଗ ପରିଚାଳନା କରି ଥିଲେ ଶେଷ ରେ ହରିଶଙ୍କର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ |