Hot Posts

6/recent/ticker-posts

ଲକ୍ଷ୍ମୀ ବସ୍‌ରେ ଲାଗିଲା ନିଆଁ

ବରୀ, ୦୯/୧୨ ( ରଂଜିତ ମହାନ୍ତି ) : କରୀ ବ୍ଲକ ଗୋଳକୁଣ୍ଡ ଠାରୁ ବରୀ ଅଭିମୁଖେ ଆସୁଥିବା ଲକ୍ଷ୍ମୀ ବସ୍‌ର ପଛ ଚକ ନିକଟରୁ ହଠାତ୍ ଧୂଆଁ ବାହାରି ନିଆଁ ଲଗାଯାଇଥିବା ଦେଖିବାକୁ ମିଳିଥିଲା । ବସରୁ ଯାତ୍ରାମାନଙ୍କୁ ଓହ୍ଲାଇ ଦେଇ ଗ୍ରାମବାସୀଙ୍କ ସଜାଯତାରେ ପାଣି ପ ପଳାଇ ନିଆଁ ଲିଭାଇବାକୁ ଉଦ୍ୟମ କରା ଯାଇଥିଲେ ହେଁ ନିଆଁକୁ ଜିରା ଯାଇ ପାରିନଥିଲା ଖବର ପାଇ ବରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆଁ ଲିଭାଇଥିଲେ। ବସ୍‌ର କର୍ମଚାରୀଙ୍କ କହିବା କଥା ଗାଡ଼ିର ର ଡାହାଣ ପଛ ଚକରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ଅତ୍ୟଧିକ ଘର୍ଷଣ ସହ୍ୟ କରି ନ ପାରି ନିଆଁ ଲାଗି ଯାଇଥିଲା ସରକାରଙ୍କ ତରଫରୁ ଗାଡ଼ିର ରକ୍ଷଣା ବେକ୍ଷଣ ପାଇଁ ଆସୁଥିବା ଅର୍ଥ ସଠିକ ଭାବରେ ଖର୍ଚ କରାଯାଇନଥିବାରୁ ଏଭଳି ଘଟଣା ବାରମ୍ବାର ଦେଖ‌ିବାକୁ ମିଳୁଛି । ପୂର୍ବରୁ ଏହି ରୁଟ୍‌ରେ ଲକ୍ଷ୍ମୀ ବସ ଅଚଳ ହୋଇ ତିନି ଦିନ ଧରି ରାସ୍ତା ମଝିରେ ଠିଅ ହୋଇଥିବା ଦେଖା ଯାଇଥିଲା ଏହି ବସ୍‌ରେ ମୁଖ୍ୟତଃ କଲେଜ୍ ଛାତ୍ରଛାତ୍ରୀ ଅଧୂକ ସଂଖ୍ୟାରେ ଯାତାୟାତ କରିଥାନ୍ତି । ଘଟଣା ସମଯରେ ଚସ୍‌ରେ ଛାତ୍ରଛାତ୍ରୀ ଯାତ୍ରା କରୁଥିଲେ ।