Hot Posts

6/recent/ticker-posts

ଅଡାବାଡି ଶାଳବଣ ପିକନିକ୍ ପ୍ଲେସ ରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ, ୨୪/୧୨ ( ବାଳକୃଷ୍ଣ କହଁର ) : ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ଅଡାବାଡି ରେ ଥିବା ଶାଳବଣ ପିକନିକ ପ୍ଲେସ ଠାରେ ରାଇକିଆ ଅଞ୍ଚଳ ର ଜଣାଶୁଣା ସାନ୍ତନୁ ପ୍ରଧାନ ଙ୍କ ତତ୍ତ୍ଵାବଧାନ ରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଚନ୍ଦ୍ରଶେଖର କହଁର , ମୁଖ୍ୟ ବକ୍ତା ସାନ୍ତନୁ ପ୍ରଧାନ,ସମ୍ମାନିତ ଅତିଥି ସାମ୍ୱାଦିକ ବାଳକୃଷ୍ଣ କହଁର, ଶିବରାମ କହଁର ଯୋଗଦେଇଥିଲେ । ଏଥିରେ ଚକାପାଦ,ଫୁଲବାଣୀ, ଉଦୟଗିରି ତଥା ରାଇକିଆ ବିଭିନ୍ନ ବ୍ଲକ ରୁ କୋଣ ଅନୁକୋଣ ରୁ ବୁଦ୍ଧୀଜିବୀ ତଥା ବାପା, ମା, ଭାଇ ,ଭଉଣୀ ମାନେ ଆସି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ର ମୂଳଲକ୍ଷ ହେଲା ଆମ ଭିତରେ ଥିବା ଭାଇଭାଇ ମଧ୍ୟରେ ପରସ୍ପର ସୁସମ୍ପର୍କ ଗଠନ କରିବା, ସମାଜ ପାଇଁ ଉତ୍ତମ କର୍ମ କରିବା, ଲୋକ ମାନଙ୍କ ପାଇଁ ସାହାଯ୍ୟ ସହଯୋଗ ମନବୃତ୍ତି ନେଇ କାମ କରିବା , ଜୀବନ କୁ ଭଗବାନ ଠାରେ ସମର୍ପିବା , କିଭଳି ଭାବରେ ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷିତ ହୋଇପରିବେ , ଆଦିବାସୀ ମାନଙ୍କ ର ଉନ୍ନତି କିଭଳି ହୋଇପାରିବ ସେଥିପ୍ରତି ଆଲୋଚନା କରିବା ସହ ନାଚ, ଗୀତ ମଧ୍ଯ ସୁନ୍ଦର ଭାବରେ କାର୍ଯକ୍ରମ ହୋଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁ ଗୋପାଳ କହଁର,ବାଳକୃଷ୍ଣ କହଁର, ଭୁବନ କହଁର ଙ୍କ ସହ ସମସ୍ତେ ସହଯୋଗ କରିଥିଲେ।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।