Hot Posts

6/recent/ticker-posts

ମା ଓ ଝିଅ କୁ ମିଳୁନି ବିଧବା ଭର୍ତ୍ତା ପାଠ ଛାଡି ପରିବାର ଚଳାଉଛି ନାବାଳକ ପୁଅ

ଝରିଗାଁ, ( ନକୁଳ ଭତ୍ରା ) : ଗତ ପାଞ୍ଚ ବର୍ଷ ତଳେ ବାପାଙ୍କ ଦେହାନ୍ତ ହୋଇ ଯାଇଥିଲା | ହେଇ ଦୁଃଖ ଯାଇନଥିବା ବେଳେ ଗତ ତିନି ବର୍ଷ ତଳେ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା | ସ୍ୱାମୀଙ୍କ ଦେହାନ୍ତ ପରେ ଝିଅ ମାଙ୍କ ସହ ଦୟନୀୟ ଅବସ୍ଥାରେ ଥିବା ବେଳେ ପ୍ରଶାସନ ପକ୍ଷୀରୁ ଏଯାବତ ବିଧବା ଭର୍ତ୍ତା ରେ ସାମିଲ କରାଯାଇନାହିଁ | ସେହିପରି ପାଠ ପଡା ଛାଡି ନାବାଳକ ଜଣକ ଗ୍ରାମରେ ଛଟ ଦୋକାନ କରି ପରିବାର ଚଳାଉଥିବା ଦେଖିବାକୁ ମିଳିଛି |ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରାତାଖଣ୍ଡି ଗୁଡା ପଂଚାୟତ ଅନ୍ତର୍ଗତ ଛାଡଗୁଡା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି |ସୂଚନା ପ୍ରକାରେ ଛାଟାଗୁଡା ଗ୍ରାମର ଲଚ୍ଚିମ ଭତ୍ରା ଓ ହାରା ବତୀ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ |ସମୟ କ୍ରମେ ତିନି ଝିଅ ହୋଇଥିଲା |ତିନି ଝିଅ କୁ ବିବାହ କରି ସ୍ୱାମୀ ଓ ସ୍ତ୍ରୀ ରହୁଥିଲେ | ତେବେ ପାଞ୍ଚବର୍ଷ ତଳେ ସ୍ୱାମୀ ଶୁକମାନଙ୍କ ଦେହାନ୍ତ ହୋଇଥିଲା |ସେହି ପରି ଛୋଟ ଝିଅ ଦଶରୀ ବଣୁଆଗୁଡାରେ ଗ୍ରାମର ସୁକମାନ ଭତ୍ରା ଙ୍କୁ ବିବାହ କରିଥିଲେ |ଉଭୟ ଏକ ମାତ୍ର ପୁଅ ଗୋପାଳ ସହ ରହୁଥିଲେ | ତେବେ ଗତ 3 ବର୍ଷ ତଳେ ଶୁକମାନଙ୍କ ଦେହାନ୍ତ ହୋଇ ଯାହାଇଥିଲା |ଶୁକମାନଙ୍କ ଦେହାନ୍ତ ପରେ ଚଲା ଚଲ ଅସୁବିଧା ହେବା ଯୋଗୁଁ ଦଶରୀ ଓ ପୁଅ ଗୋପାଳ କୁ ନେଇ ମା ସହ ରହୁଛନ୍ତି |ଛଟାଗୁଡ଼ ଗ୍ରାମରେ ଘର ନିକଟରେ ଛଟିଆ ଦୋକାନ କରିବା ସହ କୁଳି ମଞ୍ଜୁରୀ କରି ପରିବାର ବହୁ କଷ୍ଟରେ ଚାଲୁଥିବା ବେଳେ ପାଠ ପଡା ଛାଡି କିଛିମାସ ହେବ ଦୋକାନ ସାମ୍ବାଳୁଥିବା କହିଛନ୍ତି |ତେବେ ଏଭଳି ଅସହାୟ ପରିବାର ପ୍ରତି ପ୍ରଶାସନ ର ଦୁଷ୍ଟି ପଡ଼ିନାହିଁ |ଉଭୟ ମା ଆଉ ଝିଅ ବିଧବା ହେବା ପରେ ମଧ୍ୟ୍ୟ ପ୍ରଶାସନ ପକ୍ଷରୁ ବିଧବା ଭର୍ତ୍ତା ପ୍ରଧାନ କରାଯାଉନାହିଁ |ସେହି ପରି ଚାଉଳ କାର୍ଡ ରେ ତିନି ଜଣଙ୍କ ନାମ ଥିବା ବେଳେ ପ୍ରଶାସନ ପକ୍ଷ ପକ୍ଷରୁ ଗୋପାଳ ଙ୍କୁ ପାଞ୍ଚ କିଲ ଚାଉଳ ମିଳୁଛି |ପରିବାର ଲୋକେ ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇ ଥିବା ଦଦରା ଘରେ ରହୁଥିବା ବେଳେ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ |ତେଣୁ ପ୍ରଶାସନ ତୁରନ୍ତ ଏହି ଅସହାୟ ପ୍ରତି ସୂତନ୍ତ୍ର ଦୁଷ୍ଟି ଦେଇ ସରକାରଙ୍କ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି |