Hot Posts

6/recent/ticker-posts

କୋକସରା ବ୍ଲକ ର ବିଭିନ୍ନ ମଣ୍ଡି ଆରମ୍ଭ, ଚାଷି ଙ୍କ ଉଠିଲା ଧାନ, ଉତ୍ସାହିତ ଚାଷି।

କଳାହାଣ୍ଡି, ୧୩/୧୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ଦିର୍ଘ ଦିନ ର ବ୍ୟବଧାନ ପରେ ଗୁରୁବାର କୋକସରା ବ୍ଲକ ର କୋକସରା, ଆମପାଣି, ଟେମରା,କାଶିବାହାଲ ମଣ୍ଡି ରୁ ଚଳିତ ବର୍ଷ ର ଖରିଫ ମଣ୍ଡି ଧାନ ବିକ୍ରି ଆରମ୍ଭ ହୋଇଛି। ମଣ୍ଡି ରେ ଚାଷି ଙ୍କ ପାଇଁ ସମସ୍ତ ପ୍ରକାର ଆନୁ ସଙ୍ଗିକ ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନ ରେ କୋକସରା ପେକ୍ସ ର କୋକସରା ମଣ୍ଡି ରେ ୧୪ ଜଣ ଚାଷୀ ଙ୍କ ୪୭୦ କ୍ୱିଣ୍ଟାଲ ଧାନ ବିକ୍ରି ହୋଇଥିବା ନେଇ ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ ସୂଚନା ଦେଇଛନ୍ତି। ସେହିପରି ଆମପାଣି ପେକ୍ସ ଅଧୀନରେ ଥିବା କାଉଡୋଳା ମଣ୍ଡି ରେ ଆଜି ୧୦ ଚାଷି ଙ୍କ ୪୭୮.୭୦ କେଜି ଧାନ କ୍ରୟ ହୋଇଥିବା ପେକ୍ସ ସମ୍ପାଦକ ବିକାଶ ପଣ୍ଡା ସୂଚନା ଦେଇଛନ୍ତି।। ଟେମରା ପେକ୍ସ ଟେମରା ମଣ୍ଡି ରେ ୧୫ ଜଣ ଚାଷି ଙ୍କ ୫୦୦ କ୍ୱିଣ୍ଟାଲ ଧାନ କ୍ରୟ ହୋଇଥିବା ନେଇ ପେକ୍ସ ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ମଣ୍ଡି ଖୋଲିବା ପରେ ଚାଷୀ ଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।।ଅନ୍ୟପଟେ ଟୋକନ ଆସି ନଥିବା କାରଣରୁ ଅନେକ ଚାଷି ମାନେ ଦ୍ୱନ୍ଦ ରେ ରହିଛନ୍ତି।ତେବେ ଚାଷି ଙ୍କୁ ୧୯୬୭ ଟୋଲ ଫ୍ରି ନମ୍ବର ରେ ନିଜର ଟୋକନ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ପେକ୍ସ କର୍ମଚାରୀ ମାନେ ସୂଚନା ଦେଉଛନ୍ତି। ତେବେ ନିର୍ଦ୍ଧାରିତ ସମୟ ର ଦିର୍ଘ ଦିନ ପରେ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଆଜି କୋକସରା ମଣ୍ଡି ରେ ପ୍ରଥମ ଦିନରେ ଧାନ ବିକ୍ରି କରି ଖୁସି ବ୍ୟକ୍ତ କରିଥିଲେ ଯୁବଚାଷୀ ରମେଶ ଚନ୍ଦ୍ର ଦୁର୍ଗା,ରାଜେନ୍ଦ୍ର ପ୍ରଧାନୀ, ଅଶ୍ୱିନ ପୁଞ୍ଜି,ତାରାଚନ ବାଗ ପ୍ରମୁଖ ଚାଷୀମାନେ ଉପସ୍ଥିତ ଥିଲେ।





କଳାହାଣ୍ଡି ସ୍ଵତନ୍ତ୍ର ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ