ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ୍ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ
କନ୍ଧମାଳ, ୦୫/୧୨ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଦୁତିପଡା ଠାରେ ଆଜି ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ୍ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ବିହାରୀ ଦିଗାଲ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜାନକୀ ଜାନୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜ୍ୟୋସ୍ନାରାଣୀ ମଲିକ,ନାର୍ସୁ କହଁର ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଅମ୍ବିକା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଜୁନିଅର ବିଭାଗରେ ସୁଡ୍ରେଜୁ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମତିକା କହଁର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେ ଏମ୍ ଆର ଏସ୍ ଖଜୁରୀପଡ଼ା ଛାତ୍ରୀ କଲ୍ୟାଣୀ କହଁର ଦିତୀୟ, ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖଜୁରୀପଡ଼ା ଛାତ୍ର ସାଇ ପ୍ରତୀକ୍ଷା କବି ତୃତୀୟ ସ୍ଥାନ ଅଧିକାର କରିଥିଲେ ସେହିପରି ସିନିଅର ବିଭାଗରେ ଓ ଏ ଭି ବିଦ୍ୟାଳୟ ଦୁତୀମେଣ୍ଡି ଛାତ୍ର ଆଶୁତୋଷ ସାହୁ ପ୍ରଥମ ସ୍ଥାନ, ଏମ୍ ବି ଡି ଉଚ୍ଚ ବିଦ୍ୟାଳୟ କଲାଡି ଛାତ୍ରୀ ଶିବାନୀ କହଁର ଦିତୀୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦୁତୀପଡା ଛାତ୍ରୀ ଦୀପ୍ତିମୟୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜିଲ୍ଲାସ୍ତର ପାଇଁ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ସିଆରସିସି ସୁଶାନ୍ତ ମଲିକ, ରଶ୍ମିବାଳା ପାଢ଼ୀ, ଅଜିତ ପ୍ରଧାନ,ସୁନିଲ କୁମାର ଦିଗାଲ, ବିଜ୍ଞାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ,ରଜତ କୁମାର ପାଢ଼ୀ,ସୁଜତା ପ୍ରଧାନ, ନୀଳାଦ୍ରି ପ୍ରଧାନ, ବବିତା ସାହାଣୀ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।