ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦଯାପିତ ଦାରିଙ୍ଗବାଡି ଚମ୍ପିୟାନ
କନ୍ଧମାଳ, ୧୪/୧୨ ( ଅଚ୍ୟୁତ ଜାନୀ ) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ଗ୍ରାମପଞ୍ଚାୟତ ଖୁଡୁତେନ୍ତୁଳି ଠାରେ ଗୌରୀ ଶଙ୍କର ଯୁବକ ସଂଘ ଆନୁକୂଲ୍ୟରେ ଗତ ନଅ ତାରିଖରେ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ଭଲିବଲ ପ୍ରତଯୋଗୀତା ଉଦ୍ ଯାପିତ ହୋଇଯାଇଛି । ଗତ କାଲି ୧୩ ତାରିଖ ଦିନ ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଚକାପାଦ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବୈନେତ୍ରୀ କହଁର ଚକାପାଦ ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀ ପ୍ରେମାନନ୍ଦ ପ୍ରଧାନ, କୁସୁମେଣ୍ଡି ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀ କିଶୋର ଚନ୍ଦ୍ର କହଁର,ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶ୍ରୀ ସୁଧୀର ରଞ୍ଜନ ଦିଗାଲ, ଯୋଗଦେଇଥିଲେ । ମୁଖ୍ୟ ଅତିଥି ଗତକାଲି ମ୍ୟାଚ ଉଦଘାଟନ କରିଥିଲେ। କମିଟି ସଭାପତି ମଞ୍ଚ ପରିଚାଳନା କରିଥିଲେ। ଆଜି ଫାଇନାଲ ମ୍ୟାଚରେ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଳିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ, ସମ୍ମାନିତ ଅତିଥି ଭାବେ ଚକାପାଦ ବିଜେପି ମଣ୍ଡଳ ସଭାପତି ଶ୍ରୀ ସର୍ବେଶ୍ୱର ପ୍ରଧାନ, ସାଂସଦ ପ୍ରତିନିଧି ତଥା ପସରା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ସୁମନ୍ତ ମଳିକ, ବିଧାୟକ ପ୍ରତିନିଧି ଗଣେଶ ପ୍ରଧାନ, ଯୋଗଦେଇ ଖେଳାଳି ମାନଙ୍କୁ ତଥା ଗୌରୀ ଶଙ୍କର ଯୁବକ ସଂଘର କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ। ଦାରିଙ୍ଗବାଡି ଦଳ ଦୁଇ ଏକ ସେଟ ରେ ରାଣ୍ଡମ ସିକ୍ସ କୁ ହରାଇ ଚମ୍ପିୟାନ ହୋଇଛି । ବିଜେତା ତଥା ଚମ୍ପିୟାନ ଦଳକୁ ଟ୍ରଫି ସହ ନଗଦ କୋଡ଼ିଏ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା ଦଳକୁ ମଧ୍ୟ ଟ୍ରଫି ସହ ନଗଦ ପନ୍ଦର ହଜାର ଟଙ୍କା ପ୍ରଦାନ କରାଯାଇଛି। ଭାଷ୍ୟକାର ତ୍ରିପାଠୀ ଦିଗାଲ ଅତି ସୁନ୍ଦର ଭାବେ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଉପଦେଷ୍ଟା କମିଟି ର ଶ୍ରୀ ସୁଧୀର ରଞ୍ଜନ ଦିଗାଲ, ଗୋପବନ୍ଧୁ ଦାସ, କାହ୍ନୁଚରଣ ପୃଷ୍ଟି, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବାରେ ସହଯୋଗ କରିଥିଲେ । ସାହସ୍ରାଧିକ ଦର୍ଶକ ଟୁର୍ଣ୍ଣାମେଣ୍ଟ କୁ ଉପଭୋଗ କରିଥିଲେ।ଲାଇନପଡ଼ା ପୋଲିସ ପ୍ରଶାସନ ଟୁର୍ଣ୍ଣାମେଣ୍ଟର ଆରମ୍ଭ ହେବା ଠାରୁ ଶେଷ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିଲେ।