ମାଁ ସୁରାଦେଇ ଫ୍ରେଣ୍ଡସ କ୍ଲବ ପକ୍ଷରୁ କମଳ ବଣ୍ଟନ ।
କନ୍ଧମାଳ, ୧୪/୧୨ ( ଅଚ୍ୟୁତ ଜାନୀ ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସ୍ଵେଚ୍ଛା ସେବୀ ସଂଗଠନ ମାଁ ସୁରାଦେଇ ଫ୍ରେଣ୍ଡସ କ୍ଲବ ପକ୍ଷରୁ କାର୍ଯ୍ୟାଳୟ ଠାରେ ଆଜି କମଳ ବଣ୍ଟନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ସାଧାରଣ ସମ୍ପାଦକ ବୁଦ୍ଧିଆ ଗଣ୍ଡାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ସମାଜ ସେବୀ ତଥା ଖଜୁରୀପଡ଼ା ବ୍ଲକ ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ଖଜୁରୀପଡ଼ା ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ରାଈକିଶୋର ପ୍ରଧାନ, ଧର୍ମଗଡ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ରାଜସ୍ବ ନିରୀକ୍ଷକ ଜୟନ୍ତ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ତଥା କ୍ଲବ ଗୁରୁ ଦଶରଥ ପ୍ରଧାନ,ସୁଶିଳ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବା ସହିତ କନ୍ଧମାଳ ଅଞ୍ଚଳରେ ପ୍ରଚଣ୍ଡ ଥଣ୍ଡା ହେଉଥିବା ବେଳେ ଲୋକ ମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ନେଉ ଥିବା ବେଳେ କ୍ଲବ ର ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମକୁ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯିବା ସହିତ ପ୍ରଶାସନିକ ଅଧିକାରୀ ଏବଂ ଅଞ୍ଚଳର ବୁଦ୍ଧିଜୀବୀ ମହଲରୁ କ୍ଲବକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଏହି ବଣ୍ଟନ କାର୍ଯ୍ୟରେ ଛଅ ଗୋଟି ପଞ୍ଚାୟତର ୫୦ରୁ ଉର୍ଦ୍ଧ ବୟସ୍କ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ କମଳ ବଣ୍ଟନ କରାଯାଇଥିବା ବେଳେ ଆହୁରି ୫୦ ଟି କମଳ ଅସହାୟ ବ୍ୟକ୍ତି ମାନଙ୍କୁ ଘର କୁ ଘର ଯାଇ ବଣ୍ଟନ କରାଯିବ ବୋଲି ସାଧାରଣ ସମ୍ପାଦକ ବୁଦ୍ଧିଆ ଗଣ୍ଡା କହିଛନ୍ତି । ଏଥିରେ ଫ୍ରେଣ୍ଡସ କ୍ଲବର ଉପସଭାପତି ସୁଧାଂଶୁ ବେହେରା, କୋଷାଧ୍ୟକ୍ଷ ଆଲୋକ ପ୍ରଧାନ,ତରଣୀସେନ ମଲିକ,ସୁଶିଲ ବେହେରା, ରବିନ୍ଦ୍ର ବେହେରା, ଅଶୋକ ବେହେରା, ଶୁଭେନ୍ଦୁ ମଲ୍ଲିକ, ଜଗନ୍ନାଥ ଜାନୀ, ପ୍ରଦୀପ ଦିଗାଲ ହରିଶ୍ଚନ୍ଦ୍ର ବେହେରା ସମେତ କ୍ଲବର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ଓ ରାଜା ଟେଣ୍ଡ ହାଉସ୍ ସାଜସଜରେ ସହଯୋଗ କରିଥିଲା ଏବଂ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ସୁରକ୍ଷା ବ୍ୟବସ୍ଥା କରିଥିଲେ ।