ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ଆସ ସ୍କୁଲ ଯିବା ଶିକ୍ଷା ସଭା ଅନୁଷ୍ଠିତ
ଖଜୁରୀପଡ଼ା, ୨୦/୧୨ (ଅଚ୍ୟୁତ ଜାନି) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଦଳପଡା ପଞ୍ଚାୟତ ଅନ୍ତର୍ଗତ ଝାମ୍ପି କ୍ଲଷ୍ଟରର ନଗଲେଜୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର ଦିନ ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ଆସ ସ୍କୁଲ ଯିବା ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ଆଞ୍ଚଳିକ ସାଧନା କେନ୍ଦ୍ର ଅଧିକାରୀ ତଥା ସିଆରସିସି ସୁଶାନ୍ତ ମଲିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ କିମ୍ବା ସହରାଞ୍ଚଳ ରେ ଯେପରି କୌଣସି ଛାତ୍ରଛାତ୍ରୀ ୬ ବର୍ଷରୁ ଉର୍ଦ୍ଧ୍ବ ଅଧାରେ ପାଠ ଛାଡି ରହିବେ ନାହିଁ ସମସ୍ତେ ବିଦ୍ୟାଳୟ ଯିବେ ଓ ବିଦ୍ୟା ଅଧ୍ୟୟନ କରିବେ ଏବଂ ପ୍ରତ୍ୟେକ ଦିନ ବିଦ୍ୟାଳୟରେ ଉପସ୍ଥିତ ରହିବେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ରଞିତ କୁମାର ପ୍ରଧାନ, ସହକାରୀ ଶିକ୍ଷକ ବିଘ୍ନେଶ୍ୱର ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ନେଇ ବେନେର, ପ୍ଲାକାର୍ଡ ଧରି ସଚେତନତା ଶୋଭା ଯାତ୍ରା ସହ ଗାଁ ରେ ଆସ ସ୍କୁଲ ଯିବା ଆସ ସ୍କୁଲ ଯିବା, ଶିକ୍ଷା ସ୍ରୋତରେ ସାମିଲ ହେବା,ଅଧାରୁ ପାଠକୁ ଛାଡିଚି ଯିଏ, ପୁଣି ଥରେ ପାଠ ପଢି ପାରିବ ସିଏ,ପରି ବିଭିନ୍ନ ସ୍ଲୋଗାନ ଦେଇ ଅଭିଭାବକ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ । ଏଥିରେ ଆଞ୍ଚଳିକ ସାଧନା କେନ୍ଦ୍ର ଅଧିକାରୀ ତଥା ସିଆରସିସି ସୁଶାନ୍ତ ମଲିକ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ରଞିତ କୁମାର ପ୍ରଧାନ, ସହକାରୀ ଶିକ୍ଷକ ବିଘ୍ନେଶ୍ୱର ପଣ୍ଡା, ଡାଞୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପରମାନନ୍ଦ ଦେହୁରୀ, ଦଳପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପ୍ରେମାନନ୍ଦ ବେହେରା,ଲମ୍ବାବାଡି ସେବାଶ୍ରମ ବିଦ୍ୟାଳୟ ସହକାରୀ ଶିକ୍ଷକ କାମେଶ୍ୱର କହଁର ଏବଂ ସମାଜସେବୀ ଅଚ୍ୟୁତ ଜାନୀ ପ୍ରମୁଖ ଯୋଗଦେଇ ଥିଲେ ।