Hot Posts

6/recent/ticker-posts

ଭାଟି ଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ମହୋତ୍ସବ ଅନୁଷ୍ଠିତ |

କୋଷାଗୁମୁଡା, ୧୯/୧୨  ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ଭାଟି ଗାଁ ପଂଚାୟତ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟର 47 ବର୍ଷ ପୂର୍ତ୍ତି ଉପଲକ୍ଷେ ବାର୍ଷିକ ଉତ୍ସବ ପାଳନ କରାଯାଇଛି |ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଧାୟକ ମନୋହର ରନ୍ଧାରୀ ବିଧାୟକ ଗୌରୀ ଶଙ୍କର ମାଝୀ. ସ୍କୁଲ ସଭା ପତି.ସରପଞ୍ଚ. ପୂର୍ବ ତନ ଶିକ୍ଷକ,ସମ୍ମାନିତ ପ୍ରମୁଖ ମଞ୍ଚାସିନ ରହିଥିଲେ |ବରେଣ୍ୟ ଅତିଥିମାନେ ମଞ୍ଚ ଉପରେ ପହଂଚି ପ୍ରଥମେ ଗଜାନନଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ଗଜାନନଙ୍କ ପୂଜାର୍ଚନା କରିଥିଲେ |ପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉପ ଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିଲେ |ତତପରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାୟନ କରାଯାଇଥିଲା |ସ୍କୁଲ ଶିକ୍ଷକ ମଞ୍ଚ ପରିଚାଳନା କରିଥିବା ବେଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ତ୍ରିପାଠୀ ବିଦ୍ୟାଳୟ ବିବରଣୀ ପାଠ କରିଥିଲେ |ମଞ୍ଚାସିନ ଅତିଥିମାନେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ଉଦେଶ୍ୟ ନିଜ ନିଜ ଅବିଭାଷଣ ରଖିଥିଲେ ଓ ସମସ୍ତେ ଭଲ ପାଠପଢି ଭବିଷ୍ୟତରେ ଗୋଟେ ଗୋଟେ ବଡ଼ ମଣିଷ ହୋଇ ନିଜ ସମାଜ ଓ ଦେଶ ଜାତି ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ |ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ହସ୍ତରେ ମାନପତ୍ର, ଟ୍ରଫି ଓ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା |କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |



ଶେଖର ଖୁରାଙ୍କ ରିପୋର୍ଟ ଜିଲ୍ଲା ପ୍ରତି ନିଧି ନବରଙ୍ଗପୁର l