ଗନ୍ଧମାର୍ଦ୍ଧନ ଆନ୍ଦୋଳନ ସଂଗ୍ରାମୀ ଦଶରଥ ବେହେରାଙ୍କ ଦେହାନ୍ତ
ବରଗଡ, ୨୬/୧୨ ( ଭାଗିରଥି ଭୋଇ ) : ଗନ୍ଧମାର୍ଦ୍ଧନ ବଞ୍ଚାଓ ବାଲକୋ ହଟlଓ ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିବା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାଲେପାଲି ଗ୍ରାମ ର ଦଶରଥ ବେହେରା ୯୩ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି l ସାଲେପାଲି ଠାରେ ପୋଲିସ ଦ୍ଵାରା ହୋଇ ଥିବା ଲାଠି ଚାଳନା କୁ ବିରୋଧ କରି ପୋଲିସ ସହିତ ଧସ୍ତା ଧୁସ୍ତୀ ହୋଇ ଥିଲେ l ଯାହା କି ସେ ସମୟ ରେ ଯୁବ ସଂଗ୍ରାମୀ ମାନଙ୍କ ର ଏକ ପ୍ରେରଣା ହୋଇ ଥିଲେ । ସ୍ବର୍ଗତ ବେହେରାଙ୍କ ଦେହାନ୍ତ ପରେ ତାଙ୍କର ଏକ ମାତ୍ର ପୁତ୍ର ଦେବେନ୍ଦ୍ର ବେହେରାଙ୍କ ସମେତ ପରିବାରବର୍ଗ ଙ୍କୁ ଛାଡି ଯାଇଛନ୍ତି ।
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ