ଉପାନ୍ତ ଅଞ୍ଚଳରେ ଅସହାୟ ବୃଦ୍ଧ ବାପା ମାଁ ମାନଙ୍କୁ କମ୍ବଳ ବଣ୍ଟନ କଲେ ସମାଜ ସେବୀ ବୁଲୁ ମଲିକ
କନ୍ଧମାଳ, ୨୬/୧୨ (ଅଚ୍ୟୁତ ଜାନୀ ଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲା ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ନିରୀହ ଅସହାୟ ,ବୃଦ୍ଧ ବାପା ,ମାଆ ମାନଙ୍କୁ କମ୍ବଳ ବଣ୍ଟନ କଲେ ସମାଜ ସେବୀ ବୁଲୁ ମଲିକ । ସୂଚନା ପ୍ରକାରେ କୋଟଗଡ଼ ବ୍ଳକ ଦୁର୍ଗାପାଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ,ବାଡିପାଙ୍ଗା,ନିଲିଗୁଡା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ବାଣ୍ଡିଙ୍ଗି ଏବଂ ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲିଗାଡ଼ା ,ଜିଡୁବାଡି ଆଦି ଗ୍ରାମ ମାନଙ୍କରେ କମଳ ବଣ୍ଟନ କରିଛନ୍ତି ।ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଅନେକ ସ୍ଥାନରେ କାର୍ଯ୍ୟକ୍ରମ କରିଛନ୍ତି ସମାଜ ସେବୀ ବୁଲୁ ମଲିକ । ଶ୍ରୀ ମଲିକ ଜଣେ ପେଶାରେ ଶିକ୍ଷକ ହେଲେ ମଧ୍ୟ ନିଜର ସେବା କାର୍ଯ୍ୟ ଜାରି ରଖିଛନ୍ତି । ବିଗତ ବର୍ଷ ଓଡ଼ିଶାର ସରକାରଙ୍କ ଦ୍ଵାରା ଆଦିବାସୀ ପ୍ରତିଭା ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ଶ୍ରୀ ମଲିକ । ସେ ଜଣେ ରେଗୁଲାର ରକ୍ତ ଦାତା ମଧ୍ୟ ଅଟନ୍ତି । ତାହାଙ୍କର ଏହି ସେବା ପାଇଁ ଜିଲ୍ଲାର ଅନେକ ବୁଦ୍ଧିଜୀବୀ, ବରିଷ୍ଠ ସାମ୍ୱାଦିକ ମାନେ ବୁଲୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଉପାନ୍ତ ଅଞ୍ଚଳ ଗସ୍ତରେ ଫ୍ରେଣ୍ଡସ କ୍ଲବର ସଦସ୍ୟ ମନୋଜ ପ୍ରଧାନ ,ଅନାଦି ରାଇତ, ଦିବାକାର ଦଣ୍ଡସେନା,ନୃସିଂହ ଚରଣ ପାତ୍ର ସହଯୋଗ କରିଥିଲେ ।