Hot Posts

6/recent/ticker-posts

ନଦୀକୁ ଯିବାକୁ ପାହାଚ କରିବାକୁ ଦାବି

ବରୀ, ୨୦/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଭଅଁରା ଗ୍ରାମ ଦେଇ ଖରେସ୍ରୋତା ନଦୀ ପ୍ରଭାବିତ ହେଉଥ‌ିବା ବେଳେ ଏହା ବିଞ୍ଝାରପୁର ଜଳ ସମ୍ପଦ ଅଧୂନରେ ରହିଛି। ନଦୀକୁଳିଆ ଲୋକଙ୍କ ସୁରକ୍ଷା ପାଇଁ ରିଙ୍ଗବନ୍ଧ ନିର୍ମାଣ ହେଉଥିବା ବେଳେ ଏବେ ବିଭାଗ ପକ୍ଷରୁ ନଦୀବନ୍ଧ ସୁରକ୍ଷା ପାଇଁ ସିମେଣ୍ଟ ର ପାଚେରୀ ନିର୍ମାଣ ହେଇଛି କ୍ଷ ହେଲେ ନ‌ଦୀ ତୁଠକୁ ଗ୍ରାମବାସୀ ଯିବା ପାଇଁ ଏକ ବାଘଛନ୍ଦା ରାସ୍ତା ରହିଛି। ଏବେ ସେହି ରାସ୍ତା ରେ ପାଚେରୀ ନିର୍ମାଣ ହେବା ଫଳରେ ଗ୍ରାମର ୨୫ ୨୫ ରୁ ଅଧୂକ ପରିବାର ଏହି ତୁଠକୁ ଯାତାୟାତ କରିପାରୁ ନାହାନ୍ତି ।ଖରେସ୍ରୋତା ନଦୀ ଲୋକଙ୍କର ଜୀବନ ରେଖା ହୋଇଥିବା ବେଳେ ଏବେ ନଦୀକୁ ଯିବା ଏକ ପ୍ରକାର ଠପ୍ ହୋଇଯାଇଛି। ଏଠାରେ ଏକ ପାହାଚ ନିର୍ମାଣ ର୍ମାଣ ପାଇଁ ଗ୍ରାମବାସୀ ଜଳସମ୍ପଦ ଅଧିକାରୀ କୁ ଜଣାଇଥିଲେ। ଲୋକଙ୍କ ସମସ୍ୟା ସମାଧାନ ପାଇଁ ବିଞ୍ଝାରପୁର ଜଳସମ୍ପଦ ଅଧୂକାରୀ ଚୈତନ୍ୟ ଚରଣ ଜେନା ଓ କନିଷ୍ଠଯନ୍ତ୍ରୀ ଘଟଣାସ୍ଥଳରେ ପହଂଚି ବୁଲି ଦେଖୁଥିଲେ। ଲୋକଙ୍କ ଯାତାୟତ ପାଇଁ ଏଠାରେ ଏକ ପାହାଚ ନିର୍ମାଣ ପାଇଁ କହିବା ସହ ଏହି କାର୍ଯ୍ୟ ଏଠାରେ ତୁରନ୍ତ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଅଞ୍ଚଳବାସୀ ଖୁସି ପ୍ରକଟ କରିଥିଲେ।