Hot Posts

6/recent/ticker-posts

ଫୁଫଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଉଦଯାପିତ।

କୋକସରା, ୨୦/୧୨ ( ବିଷ୍ଣୁ ଚରଣ ସ୍ୱାଇଁ ) : କୋକସରା ବ୍ଲକ ଫୁଫଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଦୁର୍ଯୋଧନ ଜାଲ ଙ୍କ ସଭାପତିତ୍ୱ ରେ ବାର୍ଷିକ କ୍ରୀଡା ଶୁକ୍ରବାର ଉଦଯାପିତ ହୋଇ ଯାଇଛି l ଉଦଘାଟିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗଜାନନ ପୁଝାରି ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ଗିତାଞ୍ଜଳି ଶବର ଅତିଥି ଭାବେ ଯୋଗ ଦେଇଥିଲେ। ପରେ ବାର୍ଷିକ କ୍ରୀଡା ଉତ୍ସଵ କ୍ରୀଡା ଶିକ୍ଷକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା। ଉଦଯାପିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ବିଇଓ ମହେଶ କୁମାର ଭାଟି,ସମ୍ମାନିତ ଅତିଥି ଭାବେ ଏବିଇଓ ତୋଫାନ ମାଝୀ, ଦୟାନିଧି ପାଢ଼ୀ, ସିଆରସିସି ବୈକୁଣ୍ଠ ଜାଲ,ଦିଲିପ କୁମାର ସାହୁ,ପ୍ରଧାନ ଶିକ୍ଷକ ସାରଙ୍ଗପଡା ୟୁପି ସ୍କୁଲ ଲକ୍ଷ୍ମଣ ପଟେଲ ମଞ୍ଚ ରେ ଉପସ୍ଥିତ ରହି ପାଠ ସହିତ ଦୈନନ୍ଦିନ ଜୀବନରେ ଖେଳକୁଦ ର ଗୁରୁତ୍ୱ ବିଷୟରେ ପରାମର୍ଶ ଦେବାସହ କୃତି ଛାତ୍ରଛାତ୍ରୀ ଙ୍କ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ କୁ ମଞ୍ଚ ପରିଚାଳନା ରେ ଶିକ୍ଷକ ପ୍ରଶାନ୍ତ କୁମାର ଶବର ସହଯୋଗ କରିଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୃପାସିନ୍ଧୁ ଶବର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ରିତାଞ୍ଜଳି ଶବର,ଶିକ୍ଷକ ଶରତ କୁମାର ଶବର, ସୂର୍ଯ୍ୟକାନ୍ତ ରାଏ, ବିବ୍ରତ ନନ୍ଦ, ରୂପେଶ ପୁଝାରି, ମନୋରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।