ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ଉପରେ ବିଭିନ୍ନ ଅଂଶୀଦାରଙ୍କ ସହ ବୈଠକ
କଳାହାଣ୍ଡି, ୨୦/୧୨ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମିଶନ ଶକ୍ତି ସଭାଗୃହ ଠାରେ ଆର୍ ସି ଡ଼ି ସି ଭୁବନେଶ୍ୱରଙ୍କ ତରଫରୁ ବି ଏମ୍ ଜେଡ୍ ଜର୍ମାନ ଓ ଚାଇଲଡ୍ ଫଣ୍ଡ ଙ୍କ ମିଳିତ ସହାୟତାରେ ଏକ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ଉପରେ ବିଭିନ୍ନ ଅଂଶୀଦାରଙ୍କ ସହ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀରଥୁରାମ ବାଗ ପ୍ରକଳ୍ପ ସଂଯୋଜକ ଆର୍ ସି ଡ଼ି ସି ଗୋଲାମୁଣ୍ଡା ସମସ୍ତଙ୍କୁ ସ୍ବାଗତ ଜଣେଇ ବୈଠକ କରିବାର ଲକ୍ଷ୍ୟ ଉଦେଶ୍ୟ ବିଷୟରେ ଅବଗତ କରିଥିଲେ। ମୁଖ୍ୟ ଅତିଥି ଭାବେ ସୁଶ୍ରୀ ସ୍ଵର୍ଣ୍ଣଲତା ମହାନ୍ତି ସଦସ୍ୟା କିଶୋର ନ୍ୟାୟ ବୋର୍ଡ କଳାହାଣ୍ଡି, ଅନ୍ୟତମ ଅତିଥି ଭାବରେ ଶ୍ରୀଜ୍ୟୋତିପ୍ରକାଶ ତାଣ୍ଡି ଥାନା ଅଧିକାରୀ ଗୋଲାମୁଣ୍ଡା,ଶ୍ରୀ ଦିବ୍ୟରଂଜନ ଯୋଶୀ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ କଳାହାଣ୍ଡି,ଶ୍ରୀତପବନ୍ତ ବଣିଆ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶ୍ରୀମତି ପଦ୍ମାବତି ସାହୁ ମହିଳା ଓ ଶିଶୁ ବିକାଶ ବିଭାଗ ଗୋଲାମୁଣ୍ଡା ଓ ଶ୍ରୀ ପ୍ରଦୀପ କୁମାର ପାତ୍ର କାର୍ଯ୍ୟକ୍ରମ ଆର୍ ସି ଡ଼ି ସି ଭୁବନେଶ୍ଵର ଅଧିକାରୀ ଗୋଲାମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା,୧୦୦ ଦିନିଆ ବାଲ୍ୟ ବିବାହ ନିରୋଧ ସଚେତନା କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନା, ସାଇବର ଅପରାଧରୁ ଶିଶୁ ମାନଙ୍କ ଦୂରେଇ ରଖିବା,ଶିଶୁ ସମସ୍ୟା ସଂପର୍କୀୟ ତଥ୍ୟ ସଂଗ୍ରହ କରିବା, ପୋସ୍କୋ ଆଇନ୍ ଓ ସରକାରି ଯୋଜନାରେ ଶିଶୁଙ୍କୁ ସାମିଲ କରିବା ଉପରେ ଗୁରୁତ୍ଵ ଦେଇ ଆଲୋଚନା କରିଥିଲେ। ତାପରେ ଅତିଥି ମାନଙ୍କ ଦ୍ଵାରା ଶିଶୁ ସୁରକ୍ଷା ସହାୟିକା ପୁସ୍ତିକା ଉନ୍ମୋଚିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ୪୦ ରୁ ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ଓ ଗ୍ରାମ୍ୟ ଶିଶୁ ସୁରକ୍ଷା ସମିତି ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଞ୍ଜୀବ ନାଏକ ଓ ସରିତା ମଙ୍ଗରାଜ ସହଯୋଗ କରିଥିଲେ।