Hot Posts

6/recent/ticker-posts

ଆନ୍ଦୋଳନ ପରେ ଛିଣ୍ଡୁନି ଧାନ ମଣ୍ଡି ସମସ୍ୟା ବିକ୍ରୟ କୁ ନେଇ ଚିନ୍ତାରେ ଚାଷୀ

ଝରିଗାଁ, ୩୧/୧୨ ( ନକୁଳ ଭତ୍ରା ) : ଝରିଗାଁ ଧାନ ମଣ୍ଡିରେ ଉଠୁନି ଧାନ,ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଚାଷୀ Iଗତ କିଛିଦିନ ତଳେ ଚାଷୀଙ୍କ ଧାନ ଓ ମକା ଉଚିତ ମୁଲ୍ୟରେ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉ ବୋଲି ଝରିଗାଁ ବ୍ଲକ ଚାଷୀ ଆନ୍ଦୋଳନ କରିଥିଲେ ।ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ହୋଇଥୁଲା |କିନ୍ତୁ ଆଜି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଧାନ ମଣ୍ଡିରେ କଟନୀ ଛଟନୀକୁ ନେଇ ଧାନ କିଣା ହୋଇ ନଥିବା ବେଳେ ଚାଷୀ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ପ୍ରକାରେ ପ୍ରଶାସନ ଚାଷୀଙ୍କ ଧାନ ରଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ଧାନ ମଣ୍ଡି ଖୋଲିଛନ୍ତି ।ତେବେ ରଇଛି ମାନର ଧାନ ଆଳ ଦେଖାଇ ଚାଷୀ ମାନଙ୍କୁ କଟନୀ ଛଟନୀ କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି।ଚାଷୀଙ୍କ ଅଭିଯୋଗ ପ୍ରକାରେ ରଇଛ ମାନର ଧାନ ନିର୍ଦ୍ଧାରଣ ପାଇଁ କୌଣସି ଯନ୍ତ୍ରପାତି ବ୍ୟବହାର ହେଉନାହିଁ (କର୍ମଚାରୀ ମାନେ ବିନା ଯନ୍ତ୍ରପାତି ବ୍ୟବହାର କରି ଧାନର ମାନ ନିର୍ଧାରଣ କରୁଥିବା ଅଭିଯୋଗ ହୋଇଛି। ତେଣୁ ପ୍ରଶାସନ ତୁରନ୍ତ ଉଇଛ ମାନର ଧାନ ନିର୍ଦ୍ଧାରଣ ପାଇଁ ଝରିଗାଁ ଧାନ ମଣ୍ଡିରେ ଯନ୍ତ୍ରପାତି ଯୋଗାଇଦେବା ପାଇଁ ଦାବି ହୋଇଛି।ଯଦି ପ୍ରଶାସନ ପକ୍ଷରୁ ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ FAQ ମାନର ଧାନ ଆଲ ଦେଖାଇ କଟନୀ ଛଟନୀ କଲେ ଆସନ୍ତା ଦିନରେ ଚାଷୀ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ବରିଷ୍ଟ ଚାଷୀ ପ୍ରଫୁଲ୍ଲ ପାଣ୍ଡେ, ମୋହନ ପ୍ରଧାନୀ, ଖଗେଶ୍ଵର ନାୟକ, ରବି ନାୟକ, ବଂଶୀଧର ପନକା, ପ୍ରେମା ପାଣ୍ଡେ, ଚୈତନ୍ୟ ଗୌଡ଼, ଦୀନବନ୍ଧୁ ଗୌଡ଼ ପ୍ରମୁଖ ଚେତାବନୀ ଦେଇଛନ୍ତି । ଘଟଣା ନେଇ ଲେମ୍ପସ ନିର୍ଦେଶକ ନରସିଂହ ଗୌଡ୍ ସହ ଯୋଗାଯୋଗ କରିବାରୁ FAQ ମାନର ଧାନ ନିର୍ଦ୍ଧାରଣ ପାଇଁ ଯନ୍ତ୍ରପାତି ଅଛି |କିନ୍ତୁ ଚାଷୀଙ୍କ ଧାନ ଉଇଛି ମାନର ନଥୁବା ଯୋଗୁଁ କିଣା ଯାଇ ନଥୁବା କହିବା ସହ ଜଣେ ଚାଷୀଙ୍କ ଠାରୁ ୭୫ କ୍ୟୁଟଲ ଧାନ କିଣିଥିବା କହିଛନ୍ତି । ଏଠାରେ ପ୍ରକାଶ ଯେ ଝରିଗାଁ ବ୍ଲକରେ ବିଭିନ୍ନ ମଣ୍ଡିରେ ଆଜି ପର୍ଯ୍ୟନ୍ତ ୮୩ ଜଣ ଚାଷୀଙ୍କ ଠାରୁ ୪୧୨୩ କ୍ଲିଣ୍ଟାଲ ଧାନ କିଣା ହୋଇଛି |ସେହିପରି ୧୧ ଜଣ ଚାଷୀଙ୍କ ଧାନ ଟଙ୍କା ପ୍ରଦାନ କରାଯାଇଛି । ବର୍ତମାନ ସୁଧା ଝରିଗାଁ ବ୍ଲକ ପାଇଁ ୧୬ ହଜାର ୨ ଶହ କ୍ୟୁଟେଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଥୁବା ସୂଚନା ମିଳିଛି । ସେଥ୍ ମଧ୍ୟରୁ ଝରିଗାଁ ସଦର ଆର୍ ଏମ ସି ମଣ୍ଡିରେ ୪୧୨୩.୮୨ କ୍ଲିଣ୍ଟାଲ ଧାନ କ୍ରୟ ଟାର୍ଗେଟ ରହିଥ‌ିବା ଲ୍ୟାମ୍ପ ନିର୍ଦ୍ଦେଶକ ଶ୍ରୀ ଗୌଡ଼ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଉଚିତ୍ ମୂଲ୍ୟରେ ନିଜ ଉତ୍ପାଦିତ ଧାନ ମଣ୍ଡି ରେ ବିକ୍ରୟ ପାଇଁ ଚାଷୀ ବ୍ୟାକୁଳ ଥିବା ବେଳେ ବିକ୍ରୟ ବିଳମ୍ବ ହେତୁ ଗଷୀ ମାନସିକ ପୀଡ଼ା ଅନୁଭବ କରୁଥିବା ଚାଷୀ ପ୍ରକାଶ କରିଛନ୍ତି । ସ୍ଥାୟୀ ସମାଧାନ ପ୍ରଶାସନ ଓ ସରକାର ନକଲେ ପୁନଃ ରାଜରାସ୍ତାକୁ କୁ ଓଲାହିବେ ବୋଲି ଚେତାବନୀ ଦେଇଛନ୍ତି।