ରାୟଗଡ଼, ୧୩/୧୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ ସ୍ଥିତ ତଳଗୁମା ବଣଭୋଜି ସ୍ଥଳରେ ପ୍ରେସ ୟୁନିୟନ,ରାୟଗଡର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଶୁକ୍ରବାର ମହା ସମାରୋହରେ ଆୟୋଜିତ ହୋଇଯାଇଛି । ପ୍ରେସ ୟୁନିୟନ ରାୟଗଡ ସଭାପତି ଅମୂଲ୍ୟରତ୍ନ ସାହୁଙ୍କ ପୈାରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ୟୁନିୟନର ସାଧାରଣ ସଂପାଦକ ଶିବାଜୀ ଦାଶ ,ଉପଦେଷ୍ଠା ସୁରେଶ ଚନ୍ଦ୍ର ଦାଶଙ୍କ ସମେତ ସମସ୍ତ ସଦସ୍ୟବୃନ୍ଦ ଯୋଗ ଦେଇଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅନୁଷ୍ଠିତ ବୈଠକରେ ୟୁନିୟନ ତରଫରୁ ଆଗାମୀ ଦିନ ଜାନୁଆରୀ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଆଲୋଚନା ହୋଇଥିବା ବେଳେ ରାୟଗଡ଼ ରେ ୟୁନିୟନକୁ ଆହୁରି ସୁଦୃୃୃଢ କରିବାକୁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ । ୟୁନିୟନ ସହ ଜଡିତ ଥିବା ସମସ୍ତ ବୃତିଗତ ସାମ୍ବାଦିକମାନେ ଜିଲ୍ଳାର ବିକାଶ ଦିଗରେ ଏବଂ ମୈାଳିକ ଅଧିକାରରୁ ବଂଚିତ ଥିବା ଲୋକଙ୍କ ସମସ୍ୟାକୁ ଜିଲ୍ଳା ପ୍ରଶାସନ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରି ପାରୁଥିବାରୁ ସଭାପତି ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଆଜିର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା କମ୍ପାନୀର ଲୋକ ସଂପର୍କ ବିଭାଗ ମୁଖ୍ୟ ପୀତାମ୍ବର ବେହେରା,ସହାୟକ ଅମଜଦ ଅଲ୍ଳି,ଆଦିତ୍ୟ ଆଲୁମିନା ସିଏସଆର ମୁଖ୍ୟ ତନ୍ମୟ ମହାନ୍ତି,ଜେକେ କାଗଜ କଳର ସିଏସଆର ଏବଂ ପିଆର ମୁଖ୍ୟ ଶ୍ରୀମତି ସ୍ମୁତିରେଖା କର,ହରିହର ଖମାରୀ,ଇମ୍ଫା ଥେରୁବାଲି କାରଖାନାର ବରିଷ୍ଠ ଲୋକ ସଂପର୍କ ଅଧିକାରୀ ଦୀପକ କୁମାର ଓଝା,ସହାୟକ ରବି କୈାଶଲ୍ୟା,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ବରିଷ୍ଠ ବିଜେପି ନେତା ୟାଲ୍ଳା ଭେଙ୍କେଟେଶ୍ୱର ରାଓ (କୋଣ୍ଡାବାବୁ),ଶିକ୍ଷାବିତ୍ ଡ.ଦୁଷ୍ମନ୍ତ କୁମାର ମହାନ୍ତି,ସମାଜସେବୀ ସତ୍ୟବାଦୀ ପତିଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଯୋଗ ଦେଇ ପ୍ରେସ ୟୁନିୟନର ସାମାଜିକ କାର୍ଯ୍ୟକ୍ରମ ଏବଂ ସାମ୍ବାଦିକମାନଙ୍କ ଦାୟିତ୍ୱକୁ ପ୍ରଶଂସା କରିଥିଲେ । ୟୁନିଅନ ଆଦର୍ଶରେ ଅନୁପ୍ରାଣିତ ହୋଇ ସାମ୍ବାଦିକ ଶିବ ନାରାୟଣ ଗୌଡ଼ , ତୁଷାର ରଞ୍ଜନ ସାହୁ ,ସୂର୍ଯ୍ୟ କାନ୍ତ ସରଙ୍ଗୀ ଯୋଗ ଦେଇଥିବା ବେଳେ , ସମ୍ପାଦକ ଶ୍ରୀ ଦାଶ ୟୁନିଅନ ନୂତନ ଭାବେ ଯୋଗ ଦେଇଥିବା ସଭ୍ୟଙ୍କୁ ଅଭିନନ୍ଦନ ଜାଣଇ ଥିଲେ . ବୈଠକ ଶେଷରେ ସାଧାରଣ ସଂପାଦକ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ
With Thanks and Regards
Sibaji Dash
06372854458

