Hot Posts

6/recent/ticker-posts

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫, ୨୯୧୧ ଟି ମାମଲା ଫଇସଲା

କଳାହାଣ୍ଡି, ୧୩/୧୨ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ଚଳିତ ବର୍ଷର ଶେଷ ଓ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାକରଣ ଅଧ୍ୟକ୍ଷ, ଶ୍ରୀ ଅନୁପ ରଞନ ପଟ୍ଟନାୟକ ଓ ସଚିବ ସ୍ନିଗ୍‌ଧା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୨୯୧୧ ଟି ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟ. ୩,୨୨,୫୦,୫୮୬ ଜ୍ଞା ପ୍ରଦାନ କରାଯାଇଥିଲା । ତନ୍ମଧ୍ୟ ୧୯ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ 6. ୧,୮୧,୮୦,୦୦୦ ଙ୍କା ପ୍ରଦାନ କରାଯାଇଥିଲା । ସେହିପରି ପାରିବାରିକ ବିବାଦ ଜନିତ ମକଦ୍ଦମା ୦୪ ଗୋଟି ଫଇସଲା କରାଜାଇଥିଲା । ଦେବାନି ମକଦ୍ଦମା ୧୭ଟି ଫଇସଲା କରାଜାଇ ଟ.୨,୦୦,୦୦୦/- ଜ୍ଞା ଆଦାୟ କରାଯାଇଥିଲା । ବିଚାର ଯୋଗ୍ୟ ୨୦୭ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇଥିଲା ଏହାସହ ଏନ୍‌ଆଇ ଆକ୍ଟ ମାମଲା(୧୩୮) ୧୫ଟି ଫଇସଲା କରାଯାଇ ଟ.୩୨, ୬୦, ୨୬୫/-ଜ୍ଞା ଆଦାୟ କରାଯାଇଥିଲା । ରାଜସ୍ତ୍ର ମକଦ୍ଦମା ୨୦୨୬ ଟି ଫଇସଲା କରାଯାଇ ଟ.୬୭,୮୩୫/- ଆଦାୟ କାରାଯାଇଥିଲା । ଲୋକଉପଯୋଗି ସେବା ସମ୍ବନ୍ଧୀୟ ୧୬ଟି ମକଦ୍ଦମାର ଫଇସଲା କରାଯାଇ ଟ.୧୨,୦୦୦/- ଜ୍ଞା ଆଦାୟ କରାଯାଇଥିଲା । ୬୦୭ ଟି ପ୍ରାକ୍ ମକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ଟ.୧,୦୫,୩୦, ୪୮୬/-ଙ୍କା ଆଦାୟ କରାଯାଇଥିଲା।ଏହି ଲୋକ ଅଦାଲତରେ ଜିଲ୍ଲା ଜଜ୍ ତଥା ସଦସ୍ୟ ପ୍ରଥମ ମୋଟରଯାନ ଦୁର୍ଘଟଣା ନ୍ଯାୟାକାରୀ ଅନୁପ ରଞନ ପଟ୍ଟନାୟକ, ଭିଜଲାନ୍ସ ଜଜ୍ ବଦ୍ରି ନାରାୟଣ ନନ୍ଦ, ପରିବାର ଅଦ ଅଦାଲତ ଜଜ୍, ରାଜଶ୍ରୀ ମହାପାତ୍ର, ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ପଦ୍ମଲୋଚନ ବଡଜେନା ଓ ଅନ୍ୟାନ୍ୟ ମାଜିଷ୍ଟେଟ୍ର ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ ।