Hot Posts

6/recent/ticker-posts

ହିଲ୍ ଟାଉନ୍ ସିଭିଲ ସୋସାଇଟୀ ର ମିନି ମାରାଥନ ୨୦୨୫

କଳାହାଣ୍ଡି, ୦୭/୧୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ସ୍ଥାନୀୟ ହିଲ୍ ଟାଉନ୍ ରୋଡ୍ ରେ ହିଲ୍ ଟାଉନ୍ ସିଭିଲ ସୋସାଇଟି ର ମିନି ମାରାଥନ୍ ୨୦୨୫ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ,କଳାହାଣ୍ଡି ଶ୍ରୀ ତନ୍ମୟ କୁମାର ଦର୍ୱାନ୍ ଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି। ସ୍ୱଦେଶୀ ବ୍ୟବହାର କରନ୍ତୁ, ଦେଶକୁ ସମୃଦ୍ଧ କରନ୍ତୁ, ଏହି ନାର।ରେ ଏହି ମାରାଥନ ଆୟୋଜିତ ହେଇ ଥିଲା । ସମ୍ମାନିତ ଅତିଥି ଭାବରେ ଶ୍ରୀ ରମେଶ ଚନ୍ଦ୍ର ପାଢି, ଜିଲ୍ଲା କ୍ରୀଡ଼ା ଅଧିକାରୀ,କଳାହାଣ୍ଡି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ,ଶ୍ରୀ ରୁପସିଂ ରାଉତ ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ଶ୍ରୀ ମହେନ୍ଦ୍ର କୁମାର ପଣ୍ଡା ପୂର୍ବତନ ଶାରୀରିକ ଶିକ୍ଷା ଅଧିକାରୀ,କଳାହାଣ୍ଡି, ଶ୍ରୀ ରୁପେଶ କୁମାର ହୋତା, ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ, ଡା ନୀହରେନ୍ଦ୍ର ପଣ୍ଡା, ସିଡିଏମଓ, କଳାହାଣ୍ଡି,ବରିଷ୍ଟ ସାମ୍ବାଦିକ ଶ୍ରୀ ଲଳିତ କାନୁନଗୋ ଓ ଶ୍ରୀ ଦେବେନ୍ଦ୍ର କୁମାର ବିଶି ଯୋଗ ଦେଇ ଥିଲେ। ସୋସାଇଟି ର ସମ୍ପାଦକ ଶ୍ରୀ ଜୀତେନ୍ଦ୍ର କୁମାର ମୁଣ୍ଡ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହିତ ମାରାଥନ୍ ର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ସୋସାଇଟି ର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା l ଏହି ମାରାଥନ୍ ପ୍ରତିଯୋଗିତା ହିଲ୍ ଟାଉନ୍ ଲେନ ନମ୍ବର ୪ ଠାରୁ ଆରମ୍ଭ ହୋଇ CRPF କ୍ୟାମ୍ପ ପର୍ଯ୍ୟନ୍ତ ଯାଇ ପୁଣି ଲେନ ୪ ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କରି ସମ୍ପୂର୍ଣ୍ଣ କରା ଯାଇଥିଲା । ଜିଲ୍ଲାର ବରିଷ୍ଠ ଖେଳ ଶିକ୍ଷକ ଶ୍ରୀ ସୁବାସ ବାଗ, କୁନ ମୁନ ଦାସ ତଥା ଅନ୍ୟ ମାନେ official ଭାବରେ କାର୍ଯ୍ୟ ସମ୍ପାଦନ କରି ଥିଲେ । ଉକ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଥିଲେ ଲେନ ୪ ପଶ୍ଚିମ ସ୍ଥିତ ଶ୍ରୀ ପ୍ରତ୍ୟୁଷ ମୁଣ୍ଡ। ବିଜୟୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ତଥା ସମସ୍ତ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲ। ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବାରେ ହିଲ୍ ଟାଉନ୍ ସିଭିଲ ସୋସାଇଟିର ସମସ୍ତ ସଦସ୍ୟ/ସଦସ୍ୟା ସହଯୋଗ କରି ଥିଲେ ।


 
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ