କ୍ରୀଡାବିତଙ୍କୁ ଶିକ୍ଷାମନ୍ତ୍ରୀଙ୍କ ବାସ ଭବନରେ ସମ୍ବର୍ଦ୍ଧନା ଜ୍ଞାପନ |
ଝରିଗାଁ, ୦୭/୧୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳର ଜଣେ ଦକ୍ଷ କ୍ରୀଡାବିତଙ୍କୁ ଆଜି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର ସ୍ଥିତ ନିଜ ବାସ ଭବନକୁ ଡାକି ସମ୍ବର୍ଦ୍ଧନା ଜଣେଇଛନ୍ତି |ତାକୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣେଇବା ସହ ତାର ଉତ୍ତରୋତ୍ତର ଉନ୍ନତି ପାଇଁ ପ୍ରେରଣା ଦେଇଥିବା ସୂଚନା ମିଳିଛି |ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଳଗାଁ ପଂଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମର ଜୟୀ ସାନ୍ତା ଓ ଖଡା ସାନ୍ତାଙ୍କ ସୁପୁତ୍ର ନବୀ ସାନ୍ତା ଉମରକୋଟ ସ୍ଥିତ ସଂଗ୍ରାମୀ ରବିସିଂ ମାଝୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ରେ ରହି କୋଚିଂ ନେଉଥିଲେ |ତାଙ୍କର କୋଚ ମାଷ୍ଟର ସପନ ବୈରାଗୀ ତାଙ୍କୁ ସବୁ କ୍ଷେତ୍ରରେ ଦକ୍ଷ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ |ଆଜି କୋଚଙ୍କ ସମସ୍ତ ଉଦ୍ୟମ ସଫଳ ହୋଇଛି |ଛାତ୍ରର ପ୍ରତିଭା ତାଙ୍କୁ ଏକ ନୂତନ ପରିଚୟ ଦେଇଛି |ନବୀ ସାନ୍ତା ଦୌଡ ପ୍ରତିଯୋଗିତାରେ ସ୍କୁଲରୁ ବାହାରି କ୍ଲଷ୍ଟର, ବ୍ଲକ,ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରତିଯୋଗିତା ମାନଙ୍କରେ ଭାଗନେଇ ଉତ୍ତମ ପ୍ରଦର୍ଶନ କରି ବର୍ତମାନ ଏବେ ସେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବାର ସୁଯୋଗ ପାଇଛନ୍ତି |ସେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ 400ମିଟର ଦୌଡରେ ଭାଗ ନେଉ ସଫଳତା ହାତେଇବା ସହିତ ନିଜ ଜିଲ୍ଲା ପାଇଁ ସ୍ବର୍ଣ୍ଣ ପଦକ ଆଣିଦେଇଛନ୍ତି |ନବୀଙ୍କ ଏହି ସଫଳତାରେ ଜିଲ୍ଲାବାସୀ ଗର୍ବିତ ରହିଥିବା ବେଳେ ଝରିଗାଁ ଅଞ୍ଚଳବାସୀ ମଧ୍ୟ ବେସ ଗର୍ବିତ ଥିବା ଜଣାପଡିଛି |ଝରିଗାଁ ଭଳି ଏକ ଉପାନ୍ତ ଅଞ୍ଚଳର ଛାତ୍ର ଜାତୀୟ ସ୍ତରରେ ଉତ୍ତର ପ୍ରଦେଶର ଲକ୍ଷନୌ ଖେଳିଵାର ସୁଯୋଗ ପାଇଛି ଏଖବର ଗଣଶିକ୍ଷା ମନ୍ତ୍ରୀଙ୍କ କାନରେ ବାଜିବା ସଂଗେ ସଂଗେ ନବୀଙ୍କୁ ନିଜ ବାସ ଭବନକୁ ଡାକି ସମ୍ବର୍ଦ୍ଧନା ଜଣେଇଛନ୍ତି |ଏହି ସମୟରେ ଝରିଗାଁ ବିଧାୟକ ନରସିଂହ ଭତରା, କୋଚ ସପନ ବୈରାଗୀ ମଧ୍ୟ ଉପସ୍ଥିତ ରହି ନବୀଙ୍କୁ ସମ୍ବର୍ଦ୍ଧନା ଜଣେଇବା ସହିତ ତାର ଉଜ୍ଜଳ ଭବିଷ୍ୟତ ପାଇଁ କାମନା କରିଛନ୍ତି |