Hot Posts

6/recent/ticker-posts

ଶାସନ ନଦୀବନ୍ଧରେ ଗାତ ମରାମତି ଦାବି

ବରୀ, ୦୭/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଭଅଁରା ପଞ୍ଚାୟତର ରାଇପୁର ନଦୀବନ୍ଧର ଶାସନ ଗ୍ରାମର ପରିଡା ସାହି ନିକଟ ନଦୀବନ୍ଧ ପାର୍ଶ୍ବ ରେ ବିରାଟ ଗାତସୃଷ୍ଠି ହେଉଛି । ଲଗାଣ ବର୍ଷା ହେବା ଫଳରେ ନ‌ଦୀବନ୍ଧ ଖାଇଯାଇଛି । ଯାହା ଫଳରେ ନ‌ଦୀବନ୍ଧଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ପାଇପ ଦେଖାଯାଉଛି । ଜଳସମ୍ପଦ ବିଭାଗ ଅଧୀନରେ ଥିବା ରାସ୍ତାଟିକୁ ତୁରନ୍ତ ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ନହେଲେ ନଦୀବନ୍ଧ ରେ ଲୋକମାନଙ୍କ ସହିତ ଗାଡିମଟର ଯାତାୟତ ଠପ ହେଇଯିବ ।