Hot Posts

6/recent/ticker-posts

ତରଭା ଅଟଳ ବିହାରୀ ସେବା ପକ୍ଷ ଓ ସ୍ୱରାଜ ହସ୍ପିଟାଲ ର ମିଳିତ ସହଯୋଗରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ସୁବର୍ଣ୍ଣପୁର, ୩୧/୧୨ ( ସଂଜୀବ ପ୍ରଧାନ ) : ସୋନପୁର ଜିଲ୍ଲା ତରଭା ଏନଏସି କାର୍ଯ୍ୟାଳୟ ପରିସରରେ ତରଭା ଅଟଳ ବିହାରୀ ସେବା ପକ୍ଷ ଓ ସ୍ୱରାଜ ହସ୍ପିଟାଲ ର ମିଳିତ ସହଯୋଗରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଭାରତ ରତ୍ନ ଅଟଳବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମ ବାର୍ଷିକ ଅବସରରେ ମାଗଣା ସ୍ୱାସ୍ଥ୍ୟ ଶିବିରକୁ ବଲାଙ୍ଗୀର ସାଂସଦଙ୍କ ତରଭା ବ୍ଲକ ପ୍ରତିନିଧି ବିମଳ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିବା ସହ ସହଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ସାଂସଦଙ୍କ ଏନଏସି ପ୍ରତିନିଧି ମାନସ ସାହୁ, ମେଣ୍ଡା ମଣ୍ଡଳର ବିଭୂଦା ନନ୍ଦ ବାଦୀ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ I ସ୍ୱାସ୍ଥ୍ୟ ପରୀକ୍ଷା ରେ ଡ଼. ବିଶ୍ୱଜିତ ଶତପଥି, ଡ଼. ଭାଗ୍ୟସା କୁମ୍ଭାର ୧୧୫ ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ବିଭିନ୍ନ ପରୀକ୍ଷା, ଔଷଧ ବଣ୍ଟନ, ରୋଗୀ ଦେଖାରେ ହରମୋହନ ମହାପାତ୍ର, ରୀତିକ ହରିପାଲ, କୁନି ଛତ୍ରିଆ, ପୁଷ୍ପେନ୍ଦ୍ର ଶାହ, ବିକାଶ କୁଅଁର, ପ୍ରେମଚାନ୍ଦ ମୁନା, ରାଜେଶ ପୋଡ଼, ମଣ୍ଟୁ ସାହୁ, ସୁପ୍ରିୟା ଗରଡିଆ, ସୁରେନ୍ଦ୍ର ମେହେର ପ୍ରମୁଖ ସ୍ୱାସ୍ଥ୍ୟ ପରୀକ୍ଷାରେ ସହଯୋଗ କରିଥିଲେ । ଅଟଳବିହାରୀ ସେବା ପକ୍ଷ ର ବରିଷ୍ଠ ସଭ୍ୟ ବିଭୀଷଣ ସାହୁ, ସଂଜୀବ ନାଏକ, ଧର୍ମରାଜ ନାଏକ, ମଙ୍ଗଲାଲ ଅଗ୍ରୱାଲ, ଜୟ ପ୍ରକାଶ ନାରାୟଣ ସାହୁ, ପଙ୍କଜ ଅଗ୍ରୱାଲ, ତପନ ଅଗ୍ରୱାଲ ପ୍ରମୁଖ ସ୍ୱାସ୍ଥ୍ୟ ଶିବିର କୁ ପରିଚାଳନା କରିଥିଲେ ।