Hot Posts

6/recent/ticker-posts

ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଚୟିତି ୨୦୨୫

ରାୟଗଡ଼ା, ୧୨/୧୨ ( ଭି. ଗୌରି ଶଙ୍କର ରାଓ ) : ଆସନ୍ତା ୨୬ ତାରିଖ ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ଗଣ ପର୍ବ ଚୟିତି ଅବସରରେ ଜିଲ୍ଲା ର ସମସ୍ତ ବ୍ଲକ ପ୍ରଶାସନ ପକ୍ଷରୁ ଜୋର ଜାର ଭାବେ ଅନୁଷ୍ଠିତ ହେଉଛୀ ଚୟିତି ମାହଛବ, ଠିକ୍ ସେହି ପରି ଆଜି ରାୟଗଡ ବ୍ଲକ ପ୍ରଶାସନ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ସୁଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ପୂର୍ବ ତନ ବିଜେଡି ଆଦିବାସି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଲାଲ୍ ବିହାରିହିମିରିକା ଯୋଗଦେଇ ଥିବା ବେଳେ ଅତିଥି ଭାବେ ବିଜେପି ଲୋକ ସଭା ପ୍ରାର୍ଥୀ ଶ୍ରୀ ଯୁକ୍ତ କାଲି ରାମ ମାଝି, ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ବିଧାୟକ ରିପ୍ରେଜେଣ୍ଟେ କେ, ର଼ହିନିକୁମାର , ବି ,ହୋଲବା ଗ୍ରାମ ପଞ୍ଚାୟତ ସରପଞ୍ଚ ତାମାରାଓ ବିଡିକା,ପ୍ରଶାସନିକ ଅଧିକାରୀ ଭାବେ ତହସିଲ ଦାର ପ୍ରିୟଦର୍ଶୀ ସ୍ବାଇଁ, ପି, ହେଚେ,ଓ ଜେମାଦେଇପେଠ , ଡଃ ସନ୍ତୋଷ କୁମାର , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାଏକ, ରେଞ୍ଜର କାମେଶ୍ଵର ଆଚାରୀ, ଜିଲ୍ଲା କଳା ସକୃତି ସଭାପତି ସନ୍ତୋଷ କୁମାର ତାଣ୍ଡି ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଥିବା ଦେଖିବାକୁ ମିଳିଥିଲା, ଏହି ଅବସରରେ ମା ମଝିଘରିଆଣୀ ଓ ଜଗନ୍ନାଥ ଙ୍କ ଫଟୋଚିତ୍ର ରେ ପ୍ରଦିପ ପ୍ରଯୋଳନ କରି ସଭା କାର୍ଯ୍ୟ ଆରମ୍ଭ ହେବା ସ଼ହ ପ୍ରଶାସନ ପକ୍ଷରୁ ପ୍ରଦର୍ଶୀତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଷ୍ଟୋଲ ବୁଲି ମୁଖ୍ୟ ଅତିଥି ଓ ସନ୍ ମାନନୀୟ ଅତିଥି ଶୁଭାରମ୍ଭ କରି ଥିବା ବେଳେ, କାର୍ଯ୍ୟକ୍ରମ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପାରମ୍ପରିକ କଳା ସଂସ୍କୃତି ଲୁକ୍କାୟିତ କରି ବା ଉଦେଶ୍ୟ ରେ ମଞ୍ଚରେ ଆଞ୍ଚଳିକ କଳା କାର ମାନଙ୍କୁ ନେଇ ପାରମ୍ପରିକ ଗିତରେ ନୃତ୍ୟ ପରିବେଷଣ କରାଯାଇଥିଲା ‌ଓ କଳାକାର ଙ୍କ ଉତ୍ସାହ ନିମନ୍ତେ ଅନୁଷ୍ଠାନ ତରଫରୁ ମାନପତ୍ର ପ୍ରଦାନ କରି ଥିବା ଦେଖିବାକୁ ମିଳିଥିଲା, ଆଜି ର ଏ ଚୟିତି ମହୋତ୍ସବ ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ବେଛାକୃତ ଭାବେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା , ବ୍ଲକ ପ୍ରଶାସନ ର ଏହି ମହତ୍ ପୂର୍ଣ୍ଣ ପଦକ୍ଷେପ କୁ ବୁଦ୍ଧି ଜିବି ମହଲରେ, ପ୍ରଶଂସା କରୁ ଥିବା ଶୁଣିବାକୁ ମିଳିଛି ।