Hot Posts

6/recent/ticker-posts

ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ, ଜୟପୁରର ଦ୍ୱିତୀୟ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ - ୨୦୨୫-୨୬

ଜୟପୁର , ୧୭/୧୨ ( ଏ. ଭେଙ୍କଟ ରାଓ ) : ପ୍ରଥମ ସେମିଫାଇନାଲ ମ୍ୟାଚ୍ ରେ ମୁହାଁ ମୁହିଁ ହୋଇ ଥିଲେ ଆୟୋଜକ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ, ଜୟପୁର ଏଵଂ ବିଜୁପଟ୍ଟନାୟକ ଡିଗ୍ରୀ କଲେଜ, କୁନ୍ଦ୍ରା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ବିଜୁପଟ୍ଟନାୟକ ଡିଗ୍ରୀ କଲେଜ, କୁନ୍ଦ୍ରା ଟିମ୍ ଏବଂ ୪ ୱିକେଟ୍ ବିନିମୟରେ ୧୮୮ ରନ କରିବାକୁ ସକ୍ଷମ ହୋଇଥିଲେ, ଦଳ ପକ୍ଷରୁ ଗଣେଶ ଦାସ୍ ସର୍ବାଧିକ ୭୨ ରନ୍ ସ୍କୋର୍ କରିଥିଲେ। ଦ୍ୱିତୀୟ ବ୍ୟାଟିଂ କରି ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ଟିମ୍ ୭ ୱିକେଟ୍ ବିନିମୟରେ ୧୯୨ ରନ୍ କରି ମ୍ୟାଚ ଟିକୁ ଚମତ୍କାର ଭାବରେ ଜିତି ନେଇଥିଲେ, ଏଥିସହ ପ୍ରଥମ ଟିମ୍ ଭାବରେ ଫାଇନାଲକୁ ପ୍ରବେଶ କରିଥିଲେ । ବିକ୍ରମଦେବ ବିଶ୍ଵବିଦ୍ୟାଳୟ ପକ୍ଷରୁ ସାହୁକରୀ ଗୌରବ ସର୍ବାଧିକ ୭୪ ରନ୍ ସ୍କୋର କରିଥିଲେ । ମ୍ୟାଚ୍ ଟିକୁ ପରିଚାଳନା କରିଥିଲେ ଦୁଇ ଦକ୍ଷ ଅମ୍ପାୟାର୍ ସୁନିଲ୍ କୁମାର ବାରିକ୍ ଓ ସିତେଶ ହରିଜନ। ସ୍କୋରର ଦାୟିତ୍ୱ ରେ ଥିଲେ ଶୁଭମ୍ ସିଂହ ଏବଂ ଜିତେନ୍ଦ୍ର ନାୟକ। 
*ସେମିଫାଇନାଲ -୨*
 ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ରେ ମୁହାଁ ମୁହିଁ ହୋଇ ଥିଲେ ସରକାରୀ ଡିଏଭି ମହାବିଦ୍ୟାଳୟ, କୋରାପୁଟ ଏଵଂ ସେମିଳିଗୁଡା କଲେଜ୍, ସେମିଳିଗୁଡା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ସରକାରୀ ଡିଏଭି ମହାବିଦ୍ୟାଳୟ, କୋରାପୁଟ ଟିମ୍ ଏବଂ ସମସ୍ତ ୱିକେଟ୍ ହରାଇ ୧୨୪ ରନ କରିବାକୁ ସକ୍ଷମ ହୋଇଥିଲେ, ଦଳ ପକ୍ଷରୁ ନୀତିଶ କୁମାର ଜାନୀ ସର୍ବାଧିକ ୫୦ ରନ୍ ସ୍କୋର୍ କରିଥିଲେ। ଦ୍ୱିତୀୟ ବ୍ୟାଟିଂ କରି ସେମିଳିଗୁଡା କଲେଜ୍, ସେମିଳିଗୁଡା ଟିମ୍ ସମସ୍ତ ୱିକେଟ୍ ହରାଇ ଅତି ଶୋଚନୀୟ ଭାବରେ ୫୭ ରନରେ ଅଲଆଉଟ ହେଇ ଯାଇଥିଲେ। ସରକାରୀ ଡିଏଭି ମହାବିଦ୍ୟାଳୟ, କୋରାପୁଟ ଟିମ୍ ତରଫରୁ ଟଙ୍କ ଜାନୀ ସର୍ବାଧିକ ୬ଟି ୱିକେଟ୍ ନେଇଥିଲେ, ଏଥିସହ ଦ୍ୱିତୀୟ ଟିମ୍ ଭାବରେ କୋରାପୁଟ ଫାଇନାଲକୁ ପ୍ରବେଶ କରିଥିଲେ । ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଟିକୁ ପରିଚାଳନା କରିଥିଲେ ଦୁଇ ଦକ୍ଷ ଅମ୍ପାୟାର୍ ଶେଖ୍ ରଫ୍ ଓ ସନ୍ତୋଷ କୁମାର ଚମ୍ପତି। ସ୍କୋରର ଦାୟିତ୍ୱ ରେ ଥିଲେ ଶୁଭମ୍ ସିଂହ ଏବଂ ଜିତେନ୍ଦ୍ର ନାୟକ। ଆସନ୍ତାକାଲି ବିକ୍ରମଦେବ ବିଶ୍ଵବିଦ୍ୟାଳୟ, ଜୟପୁର ଏବଂ ସରକାରୀ ଡିଏଭି ମହାବିଦ୍ୟାଳୟ, କୋରାପୁଟ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ ରୂପାୟନ ଦେଇଥିଲେ ବିଶ୍ଵବିଦ୍ୟାଳୟର କ୍ରୀଡ଼ା ପ୍ରଶିକ୍ଷକ ଭାଗବତ ପ୍ରସାଦ ସିଂହ।ତାଙ୍କୁ ସହଯୋଗ କରିଥିଲେ ଜୟପୁର ର ବରିଷ୍ଠ କ୍ରିଡ଼ା ପ୍ରଶିକ୍ଷକ ଶ୍ରୀକାନ୍ତ ଚୌଧୁରୀ ।