ତେରେସିଂହା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ: ସାନଡୁଙ୍ଗୁରିଗୁଡା ବିଜୟୀ
କର୍ଲାମୁଣ୍ଡା, ୨୪/୧୨ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ହାଇ ସ୍କୁଲ ଖେଳ ପଡ଼ିଆ ଠାରେ ତେରେସିଂହା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ପିରବତୀ ମହିଳା କଲେଜ ପ୍ରତିଷ୍ଠାତା ମୁରଲୀଧର ରଣା ମୁଖ୍ୟ ଅତିଥି, ତେରେସିଂହା ସରପଞ୍ଚ ପ୍ରମୋଦ ସୁନା, ଗ୍ରାମ୍ୟ ଉନ୍ନୟନ ସମିତି ସଭାପତି ନିର୍ମଳ ରଣା, ଅକ୍ଷୟ ରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉଦ୍ଘାଟନୀ ମ୍ୟାଚରେ ରିଷିଡ଼ା କୁ ହରାଇ ସାନଡୁଙ୍ଗୁରିଗୁଡା ଦଳ ବିଜୟୀ ହୋଇଥିଲା। ସ୍କୋରର୍ ଦାୟିତ୍ୱରେ ବିଶ୍ୱମ୍ବର ସରାଫ ଓ ପ୍ରଣବ ପଧାନ ରହିଥିବା ବେଳେ ମହେଶ୍ୱର ଗହିର ଓ ମୁନା ବେବର୍ତ୍ତା ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ। କ୍ରିକେଟ୍ କମିଟିର ସଭାପତି ପ୍ରବୀଣ ପ୍ରଧାନ ଓ ସମ୍ପାଦକ ବନବାସ ରଣାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ