Hot Posts

6/recent/ticker-posts

ଗଛ ପଡି ସ୍ଵାମୀ ଗୁରୁତ୍ତର, ସ୍ତ୍ରୀ ଆହତ

ନବରଙ୍ଗପୁର, ୨୪/୧୨ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଚଚରାଗୁଡା ଗ୍ରାମରେ ଗଛ ପଡି ସ୍ଵାମୀ ଗୁରୁତ୍ତର ଓ ସ୍ତ୍ରୀ ଆହତ ହୋଇଥିବା ନେଇ ବୁଧବାର ସନ୍ଧ୍ୟାରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ମଙ୍ଗଳବାର ଅପରାହ୍ନରେ ଡାବୁଗାଁ ବ୍ଲକ ଅଧୀନ ଚିଚିବାଇ ଗ୍ରାମର ଗୁଞ୍ଚୁ ଜାନୀ ଓ ତାଙ୍କ ସ୍ତ୍ରୀ ମୁକ୍ତା ଜାନୀ ନିଜ ମୋଟର ସାଇକେଲ ନଂ ଓଡ଼ି ୨୪ ଜେ ୨୨୮୯ ଯୋଗେ ମାନିଆଗୁଡା ଗ୍ରାମକୁ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଚଚରାଗୁଡା ଗ୍ରାମ ନିକଟ ତାରିଣୀ ମନ୍ଦିର ସମ୍ମୁଖରେ ରାସ୍ତା କଡରେ ଥିବା ଏକ ଗଛ କାଟିବା ବେଳେ ଉପରୁ ଗଛର ଡାଳ ସ୍ଵାମୀ ସ୍ତ୍ରୀ ୨ ଜଣ ଙ୍କ ଉପରେ ପଡିଥିଲା | ଫଳରେ ମୋଟରସାଇକେଲ ଚଳାଇଥିବା ଗୁଞ୍ଚୁ ଜାନୀ ଙ୍କ ଉପରେ ପଡିବାରୁ ସ୍ଵାମୀ ସ୍ତ୍ରୀ ୨ ଜଣ ତଳେ ପଡି ଯାଇଥିଲେ | ଫଳରେ ୨ ଜଣ ଆହତ ହୋଇଥିଲେ | ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା ଏବଂ ସନ୍ଧ୍ୟାରେ ଗୁଞ୍ଚୁ ଜାନୀ ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ବୁଧବାର ସକାଳେ ଗୁଞ୍ଚୁ ଜାନୀ ଙ୍କ ଉନ୍ନତ ଚିକିତ୍ସା ନିମନ୍ତେ କୋରାପୁଟ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି | ସ୍ତ୍ରୀ ମୁକ୍ତା ଜାନୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି | ଏନେଇ ଗୁଞ୍ଚୁ ଜାନୀ ଙ୍କ ଶଶୁର ବଳରାମ ଜାନୀ ବୁଧବାର ସନ୍ଧ୍ୟାରେ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି |