କଲେକ୍ଟର ଆଗରେ ଗର୍ଜିଲେ କୋଶଳ ଟାଇଗର ସରୋଜ ପ୍ରଧାନ
ଝାରବନ୍ଧ, ୦୮/୧୨ ( ଗୌରି ଶଙ୍କର ପଞ୍ଚଭାୟା ) : ଆଜି ଝାରବନ୍ଧ ବ୍ଲକ ବରଗଡ ଜିଲ୍ଲା କଲେକ୍ଟର ମହୋଦୟ ଙ୍କ ଝାରବନ୍ଧ ଠାରେ ଅଭିଯୋଗ ଶୁଣାଣି ସମୟ ରେ ନେଟୱର୍କ ସମସ୍ୟା ନେଇ ବର୍ଷ ସାରା ଅଭିଯୋଗ କରି ଆସୁଛନ୍ତି ଲଉଡ଼ି ଦରହା ଗ୍ରାମପଞ୍ଚାୟତ ବାସୀ ହେଲେ ଶୁଣି ଅଶୁନା କରିଛନ୍ତି କଲେକ୍ଟର ମହୋଦୟ,ଛାତ୍ର ଛାତ୍ରୀ ଙ୍କ ପାଠ ପଢା ରେ ବାଧକ ହେଉଛି,ତଥା ରେଭେନ୍ୟୁ ଅଫିସରେ ବାଧକ,ପଞ୍ଚାୟତ ରେ ଚାଉଳ ବଣ୍ଟନ ବେଳେ ବାଧକ,କୃଷି ସମବାୟ ରେ କୃଷକ ଙ୍କୁ ବାଧକତା ସାଜୁଥିବାରୁ ଅଞ୍ଚଳର ଲଉଡ଼ିଦରହା, ନିଲଜିପତ୍ରା, ଚମରା ଦିହି ର ଜନସାଧାରଣ ଅଭିଯୋଗ କରି ଥକି ଯାଇଥିଲେ ଆଜି କୋଶଳ ସଂଗ୍ରାମୀ ସରୋଜ ପ୍ରଶ୍ନ ପଚାରିଲା ବେଳେ ସମୟ ଲାଗିବ ବୋଲି କଲେକ୍ଟର ଉତ୍ତର ରଖିଥିଲେ ,ଏହି ଖବର ଶୁଣି ଲଉଡ଼ି ଦରହା ପଞ୍ଚାୟତ ର ଉଦ୍ଧବ ପଟେଲ,ବାଳକୃଷ୍ଣ ପଟେଲ,ପ୍ରମୋଦ ପଟେଲ,ଲକ୍ଷ୍ମୀକାନ୍ତ ପଟେଲ ତଥା ସମସ୍ତ ଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ କହୁଛନ୍ତି ଯଦି ବାରମ୍ବାର ଅଭିଯୋଗ ଶୁଣାଣିରେ ବର୍ଷ ବର୍ଷ ଲାଗେ ତାହେଲେ ଘରୋଇ ସମସ୍ୟା ର କଣ ହେଉଥିବ ଶୋଚନୀୟ ଅଟେ ।ଧନ୍ୟବାଦ୍ କଲେକ୍ଟର ମହୋଦୟ ବରଗଡ ।