ଚତୁର୍ଥ ଦିବସରେ ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଉତ୍ସବ
ବରୀ, ୦୮/୧୨ ( ରଂଜିତ ମହାନ୍ତି ) : ମା’ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଉତ୍ସବର ଚତୁର୍ଥ ଦିବସରେ ଶାନ୍ତି, ସଦଭାବନାର ବାର୍ତ୍ତା ନେଇ ରମାଦେବୀ ଅମର ରହେ ଶୋଭାଯାତ୍ରା ସେବାଘର ଠାରୁ ଆରମ୍ଭ ହୋଇ ଆଶ୍ରମଠାରେ ପହଞ୍ଚିଥିଲା। ଏଥିରେ ଶ୍ରୀ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଗୃହିଣୀ, ଯୁବକ, କୃଷକମାନେ ସାମିଲ ରହି ରମାଦେବୀ ଅମର ରହେ ଧ୍ୱନିରେ ପ୍ରକମ୍ପିତ କରିଥିଲେ। ସେବା ଘର ସଞ୍ଚାଳିକା ଭାରତୀ ଘୋଷ, ମା’ ରମାଦେବୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ କସ୍ତୁରବା ଟ୍ରଷ୍ଟ ସ୍ୱମ୍ବୋଇ କେନ୍ଦ୍ରରୁ ଆସିଥିବା କବିତା ପରିଡ଼ା, ‘ମୋନା’ର ସଦସ୍ୟ ମଳୟ ତ୍ରିପାଠୀ, ଡଃ.ସୁବାସ ବିଶ୍ଵାଳ, ପ୍ରଭାସଚନ୍ଦ୍ର ଦାସ, ରମାକାନ୍ତ ମଣ୍ଡଳ, ଅଭିରାମ ମଲ୍ଲ, ଦିଲ୍ଲୀପ ଦାସ, ପ୍ରଶାନ୍ତ ବେଉରିଆ, କପିଳ ଚରଣ ସାମଲଙ୍କ ସହ ବହୁବ୍ୟକ୍ତି ସାମିଲ ଥିଲେ। ଏହି ଶୋଭାଯାତ୍ରାକୁ ସମ୍ପାଦକ ଶ୍ରୀ ନିମାଇଁ ରାୟ ସମେତ ଇନ୍ଦୁ ସତୀ ସାହୁ, ସ୍ନେହଂଶୁ ଜେନା ପ୍ରମୁଖ ସଂଚାଳନ କରିଥିଲେ । ଆଶ୍ରମରେ ପହଞ୍ଚିଲା ପରେ ସମସ୍ତଙ୍କୁ ସ୍ଵାଗତ କରାଯିବା ସହ ଦେଶାତ୍ମବୋଧକ ସଙ୍ଗୀତ ଗାନ ଓ ପ୍ରଦର୍ଶନୀ ପରିଦର୍ଶନ କରାଯାଇଥିଲା ।