Hot Posts

6/recent/ticker-posts

ବ୍ଲକ୍ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ।

ଝରିଗାଁ, ୦୮/୧୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଶିବିର ଆଜି ଝରିଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱIଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା। ଏଥିରେ ଝରିଗାଁ ପଞ୍ଚାୟତ ସମିତି ର ବିଭିନ୍ନ ଅଞ୍ଚଳ ରୁ ଜିଲ୍ଲାପାଳ ଙ୍କୁ ଭେଟି ସରକାରୀ ଜମି ବାଡ଼ି, ପାଇଖାନା ବିଲ, ରାସ୍ତା ନିର୍ମାନ ଓ ନିଜର ତଥା ନିଜ ଅଞ୍ଚଳ ର ସମସ୍ୟା,ଆପତ୍ତି ଅଭିଯୋଗ ଜଣାଇବା ପାଇଁ ଆସିଥିବା 28ଟି ଅଭିଯୋଗ ପଞ୍ଜିକରଣ କରାଯାଇଥିଲା ସେଥି ମଧ୍ୟରୁ 14ଜଣଙ୍କର ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ରହିଥିବାବେଳେ 14 ଗୋଟି ଗୋଷ୍ଟିଗତ ଥିଲା। ସମୁଦାୟ ଅଭିଯୋଗ ମଧ୍ୟରୁ ତୁରନ୍ତ 28 ଗୋଟି ଅଭିଯୋଗ ଶୁଣାଣି ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା |ଅନ୍ୟ ଅଭିଯୋଗ ଗୁଡ଼ିକର ସମାଧାନ ଓ ପଦକ୍ଷେପ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଯଥାଶୀଘ୍ର ଶେଷ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ଜଣଙ୍କୁ ହୁୱେଲ ଚେର ପ୍ରଦାନ କରାଯାଇଥିବା ବେଳେ 43 ବାର୍ଦ୍ଧକ୍ୟ ଭତ୍ତା ( ପେନସନ) ପ୍ରଦାନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ, ଏସ ପି,ଆର ଡ଼ି ଭିବାଗ, pwd ଭିବାଗ,ବିଡ଼ିଓ ମଧୁସୂଧନ ମାଝୀ,ବି ଏସ ଏସ ସୌରଭ କେତନ ବେହେରା , ଏଇ, ଜେଇ,ଝରୀଗାଁ ଥାନ ଅଧିକାରୀ ପ୍ରଦୀପ କୁମାର ସବର, ଜିପିଓ ରମେଶ ହରିଜନ ଶହ ସରକାରୀ କର୍ମ ଚାରି ଥିଲେ।