ଗାଇସିଲେଟ ଠାରେ ପ୍ରସ୍ତାବିତ ସ୍ପୋର୍ଟସ କମ୍ପ୍ଲେକ୍ସ କୁ ନେଇ ଅସନ୍ତୋଷ
ଗାଇସିଲେଟ, ୦୬/୧୨ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ଗାଇସିଲେଟ ୟୁଥ୍ କ୍ଳବ୍ ନେତୃତ୍ୱରେ ଆଜି କ୍ଳବ୍ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗ୍ରାମ୍ୟ ଉନ୍ନୟନ କମିଟି,ବରିଷ୍ଠ ନାଗରିକ ସଂଘ,ବଣିକ ସଂଘ,ଓକିଲ ସଂଘ,ସମସ୍ତ ସାମାଜିକ ସଂଘ,ସ୍ପୋର୍ଟସ ସଂଗଠନ ର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଗାଇସିଲେଟ ରେ ପ୍ରସ୍ତାବିତ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ଆବଣ୍ଟନ ହୋଇଥିବା ୧୦ ଏକର ଜମିକୁ ଅଯୋଗ୍ୟ କରାଯାଇଥିବା ବିଷୟରେ ଆଲୋଚନା କରାଯାଇଥିଲା । ଏହା ନ ହେଲେ ଗାଇସିଲେଟ ପାଇଁ ଏକ ବଡ଼ କ୍ଷତି ହବ ବୋଲି ସମସ୍ତେ ଅସନ୍ତୋଷ ପ୍ରକାଶ କରିବା ସହିତ ଆସନ୍ତା ସୋମବାର ଦିନ ସମସ୍ତ ସଂଗଠନ ତରଫରୁ ତହସିଲଦାର ଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ପାଇଁ ସହିତ ଯଦି ଏହା କାର୍ଯ୍ୟକାରୀ ନ ହୁଏ ଗାଇସିଲେଟ ଅଞ୍ଚଳର ଉନ୍ନତି ପାଇଁ ସମସ୍ତ ସଂଗଠନ ଏକ ହୋଇ ବିରାଟ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଥିବା ୟୁଥ୍ କ୍ଳବ୍ ସଭାପତି ରଞ୍ଜନ ପଣ୍ଡା ପ୍ରକାଶ କରିଛନ୍ତି ।
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ