ଗାଇସିଲେଟ, ୦୬/୧୨ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ବଙ୍ଗଳା ଠାରେ ସମ୍ବାଦ -ଆମ ଓଡ଼ିଶା ଆନୁକୂଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଯୋଗ ଦେଇଶିବିର କୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ,ଏବିଡ଼ିଓ ଭୀଷ୍ମ ମାଝୀ,ଏ. ଇ. ଇ. କୈଳାଶ ଚନ୍ଦ୍ର ମେହେର,ଶିକ୍ଷାବିତ ସରୋଜ ଶ୍ରୀଭୁଷଣ ସାହୁ, ବିଧାୟକ ପ୍ରତିନିଧି ଆନନ୍ଦ ମଟାରୀ ସରପଞ୍ଚ ଶରତ କାଲୋ,ୟୁଥ୍ କ୍ଳବ୍ ସଭାପତି ରଞ୍ଜନ ପଣ୍ଡା ସlମ୍ବାଦିକ ସୁଶାନ୍ତ ପଣ୍ଡା, ସବ୍ ଇନ୍ସପେକ୍ଟର ପ୍ରଦୀପ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀଷ୍ମ ମାଝୀ ପ୍ରଥମେ ରକ୍ତ ଦାନ କରି ଶିବିରକୁ ଆଗକୁ ନେଇଥିଲେ। ଏହି ଶିବିରରେ ମୋଟ ୨୫ ଜଣ ସ୍ବେଚ୍ଛାକୃତ ରକ୍ତଦାନ ଭଳି ଏକ ମହାନ କାର୍ଯ୍ୟରେ ଅଂଶ ଗ୍ରହଣ କରି ଆଗ୍ରହ ସହ ରକ୍ତଦାନ କରିଥିଲେ। ପଦ୍ମପୁର ରକ୍ତ ଭଣ୍ଡାର ଅଧିକାରୀ ନୀତେଶ ପ୍ରଧାନ, ସୁମିତ ସୁମନ ସିହ୍ନା ଓ କିଶୋର ପ୍ରଧାନ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ l ସ୍ବେଛାକୃତ ରକ୍ତଦାତା ମାନେ ହେଲେ ଭୀଷ୍ମ ମାଝୀ, ରଞ୍ଜନ କୁମାର ପଣ୍ଡା, ସତ୍ୟାନନ୍ଦ ସାହୁ, ମୋହନ ସାହୁ, ମହେନ୍ଦ୍ର ପ୍ରଧାନ, ସମ୍ବିତ ପ୍ରଧାନ, ପଞ୍ଚାନନ ସୁନା, ଗୁପ୍ତେଶ୍ୱର ସାହୁ, ସରତ ଭୋଇ, ଜୟନ୍ତ ଭୋଇ, ଦେବାଶିଷ ଲୁହାର, ଅନନ୍ତ ତାଣ୍ଡି, ବିକାଶ ଅଧା, ଅମିତ ପଣ୍ଡା, ଚକ୍ରଧର ବିଭାର, ପ୍ରଶାନ୍ତ ଦାନୀ, ମନୋଜ ପଧାନ, ସତ୍ୟପ୍ରକାଶ ପ୍ରଧାନ, ସୁଶାନ୍ତ ପଣ୍ଡା, କପିଳେଶ୍ୱର ପାତ୍ର, ବିନୋଦ ସେନାପତି, ଲକ୍ଷ୍ମଣ ମଲ୍ଲିକ, ଶିବ ବିଶ୍ୱାଳ, ମୁକେଶ ସାହୁ ଓ ସଂଜୀବ ପୁରୋହିତ lଶିବିର ପରିଚାଳନାରେ ବ୍ଲକ ପ୍ରଶାସନ,ସାମ୍ବାଦିକ ସୁଶାନ୍ତ ପଣ୍ଡlସମେତ ମନ ଦନସନା,ସୁନୀଲ ସାହୁ,ଝକୁ ସାହୁ, ଅନାଦି ମହାନନ୍ଦିଆ ପ୍ରମୁଖ ସହଯୋଗ କରିଥିଲେ l ସଂଜୀବ ପୁରୋହିତ ଧନ୍ୟବାଦ ଦେଇଥିଲେ
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ

