ଜୟପୁର, ୦୬।୧୨ ( ଏ.ଭେଙ୍କଟ ରାଓ ) : ପରବ ୨୦୨୫ ଅବସରରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଜୟପୁର ଶ୍ରୀ ବିକ୍ରମଦେବ ଚାରୁ ଓ କରୁ କଳା ମହାବିଦ୍ୟାଳୟର ସିମାଦ୍ରି ଭବନ ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ପୌର ପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୭୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ ଏଥିରୁ ଯୋଗ୍ୟ ବିବେଚିତ ବିଭାଗ ପଞ୍ଚମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ କନିଷ୍ଠ ବିଭାଗ ନବମ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ଯୁକ୍ତ ୨ ବରିଷ୍ଠ ବିଭାଗ ଏବଂ ଯୁକ୍ତ ୩ ପିଜି ଏବଂ ବରିଷ୍ଠ ଚିତ୍ରଶିଳ୍ପୀ ସର୍ବ ବରିଷ୍ଠ ବିଭାଗ ପ୍ରତିଯୋଗୀ ମାନଙ୍କୁ ନେଇ ଏକ ମୁଖ୍ୟ ପ୍ରତିଯୋଗୀତା ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଜୟପୁର ଠାରେ ଅନୁଷ୍ଠିତ ହେଇଛି। ଏହି ମୁଖ୍ୟ ପ୍ରତିଯୋଗୀତାରେ ପ୍ରତ୍ୟେକ ବିଭାଗରୁ ପ୍ରଥମ, ଦ୍ବିତୀୟ, ତୃତୀୟ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ୮ ତାରିଖରେ ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଜୟପୁର ଠାରେ ପୂର୍ବାହ୍ନରେ ଉକ୍ତ ଚିତ୍ରକଳା ଗୁଡ଼ିକର ପ୍ରଦର୍ଶନୀ କରାଯାଇ ପୁରଷ୍କୃତ କରାଯିବ।
ଏ.ଭେଙ୍କଟ ରାଓ.. ରିପଟର ନବଦୁତ ନ୍ମ୍ଯଜ (ଜୟପୁର,)
