Hot Posts

6/recent/ticker-posts

ରତ୍ନଗିରି ବୌଦ୍ଧପୀଠର ସବୁ ସମସ୍ୟା ସମାଧାନ ହେବ

ବରୀ, ୧୨/୧୨ ( ରଂଜିତ ମହାନ୍ତି ) : ରତ୍ନଗିରି ପରିଦର୍ଶନରେ ଆସିଥିବା ଜିଲାପାଳ ଅମ୍ବର କୁମାର କର ଏବଂ ପର୍ଯ୍ୟଟନ ବିଭାଗ ସଚିବ ବଲୱନ୍ତ ସିଂ ଓ ଅନ୍ୟମାନେ ।ବୌଦ୍ଧ ଧର୍ମଗୁରୁ ପଦ୍ମସମ୍ଭବଙ୍କ ଜୟନ୍ତୀ ଅବସରରେ ବୌଦ୍ଧପୀଠ ରତ୍ନଗିରିଠାରେ । ପ୍ରତିବର୍ଷ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ – କରାଯାଏ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଜାନୁଆରୀ ୧୦ରୁ ଆରମ୍ଭ ହେବ। ଏହି କ୍ରମରେ ଗୁରୁବାର ଯାଜପୁର ଜିଲାପାଳ ଅମ୍ବର କୁମାର କର ଏବଂ ପର୍ଯ୍ୟଟନ ବିଭାଗ ରାଗ ସଚିବ ବଲୱନ୍ତ ସିଂ ରତ୍ନଗିରି ପରିଦର୍ଶନ କରି ଏଠାରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଆଲୋଚନା କରିଛନ୍ତି। ବୌଦ୍ଧପୀଠ ରତ୍ନଗିରି ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଥିଲେ ବି ଗମନାଗମନ, ପାନୀୟ ଜଳ, ଶୌଚାଳୟ, ଯାତ୍ରୀ ବିଶ୍ରାମାଗାର ଆଦି ସମସ୍ୟା ରହିଛି। ଜିଲାପାଳ, ପର୍ଯ୍ୟଟନ ସଚିବଙ୍କ ପରିଦର୍ଶନ ପରିଦର୍ଶନ ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି। ଯେଉଁ ପର୍ଯ୍ୟଟକ ଆସୁଛନ୍ତି [ଛନ୍ତି ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବୌଦ୍ଧ ପୀଠରୁ ରତ୍ନଗିରି ପଞ୍ଚାୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଅଣଓସାରିଆ ଥିବାରୁ ଗମନାଗମନ ବାଧାପ୍ରାପ୍ତ ହେଉଛି। ରତ୍ନଗିରି ପାହାଡ଼ ଖନନ ପରେ ବିଭିନ୍ନ ବୌଦ୍ଧ ମୂର୍ତି ବୌଦ୍ଧ ଧର୍ମୀୟ କୀର୍ତ୍ତିରାଜି ପାହାଡ଼ ଉପରେ ଏଣେ ତେଣେ ପଡ଼ି ରହିଛି। ଫଳରେ ପରିଦର୍ଶନରେ ଆସୁଥିବ ଥୁବା ପର୍ଯ୍ୟଟକଙ୍କୁ ବା ସହ ହେବାକୁ ପଡୁଛି। ଏତଦ୍‍ବ୍ୟତୀତ ବୌଦ୍ଧ ଚତୁଃପାର୍ଶ୍ଵରେ ନିର୍ମାଣ ହୋଇଥିବା ପ୍ରାଚୀର ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯାଇଛି। ଫଳରେ ଗୃହପାଳିତ ପ୍ରାଣୀ ଅନା ଅନାୟାସରେ ପ୍ରବେଶ କରି ସୌନ୍ଦର୍ଯ୍ୟକରଣ ଫୁଲ ଓ ଚାରା ଚାରା ଗଛକୁ ନଷ୍ଟ କରୁଛନ୍ତି। ତେଣୁ ଆଗାମୀ ଉତ୍ସବ ପୂର୍ବରୁ ଏହାର ଉନ୍ନତୀକରଣ କରାଯିବ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଓ ସଚିବ ପ୍ରକାଶ କରିଛନ୍ତି । ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ବରୀ ବିଡିଓ ଅସିତ କୁମାର ମହାନ୍ତି, ତହସିଲଦାର ଦୀପ୍ତିମୟୀ ଜିଲାସ୍ତରୀୟ ଅଧୂକାରୀ ଉପସ୍ଥିତ ଥିଲେ।